Saturday, 1 August 2020

Haldiram

/ / କାହାଣୀଟି ସେହି ସମୟରୁ ଆରମ୍ଭ ହୁଏ ଯେତେବେଳେ ଯୁବକ ଗଙ୍ଗା ବିସନ୍ ଆଗର୍ଵଲ୍ ଯାହାକୁ ତାଙ୍କ ମାଆଙ୍କ ଦ୍ୱାରା 'ହାଲଡିରାମ' କୁହାଯାଏ, ତାଙ୍କୁ ତାଙ୍କ ପିତାଙ୍କ ସହ ମିଶି ଭୁଜିଆ ତିଆରି ଏବଂ ବିକ୍ରୟ କରିବାରେ ସାହାଯ୍ୟ କରିଥିଲେ |
୨ / ଏକ ଛୋଟ ବାଳକ ଭାବରେ ସେ ତାଙ୍କ ମାଉସୀ ଭୁଜିଆ ରେସିପି ଦେଖିଲେ ଯେଉଁଠାରେ ସେ 'ବେସନ' ବଦଳରେ 'ମଥ୍ କି ଡାଲ୍' ବ୍ୟବହାର କରିବେ |  ହାଲଡିରାମ ସମାନ ରେସିପି ଗ୍ରହଣ କରିଥିଲେ ଏବଂ ଭୁଜିଆକୁ ସୂକ୍ଷ୍ମ ଏବଂ କ୍ରିସିଅର୍ କରିବା ଉପରେ ଧ୍ୟାନ ଦେଇଥିଲେ |  ସେ 1937 ରେ ବିକାନେରରେ ଏକ ଛୋଟ ଦୋକାନ ଆରମ୍ଭ କରିଥିଲେ |
3 / ଯେହେତୁ ତାଙ୍କ ଦୋକାନ ଏବଂ ଭୁଜିଆ ଲୋକପ୍ରିୟ ହେଲା, ସେ ଏହାକୁ 5 ପଇସା / କିଲୋଗ୍ରାମ ମୂଲ୍ୟରେ ବିକ୍ରି କରିବା ଆରମ୍ଭ କଲେ, ଯେଉଁ ମୂଲ୍ୟରେ ତାଙ୍କ ପିତା ଏବଂ ଜେଜେବାପା 2 ପଇସା / କିଲୋଗ୍ରାମ ବିକ୍ରି କରୁଥିଲେ |
/ / ସେ ତାଙ୍କ ପିତା ଏବଂ ଜେଜେବାପାଙ୍କ ବ୍ୟବସାୟ ସହିତ ଅଲଗା ହୋଇ ତାଙ୍କ ଭୁଜିଆକୁ ଏହାକୁ 'ଡଙ୍ଗର ସେଭ୍' ବୋଲି କହି ଏକ ବ୍ରାଣ୍ଡ ଦେଇଥିଲେ, ଯାହା ବିକାନେରର ଜଣେ ଶାସକ - ମହାରାଜା ଡଙ୍ଗର ସିଂଙ୍କ ନାମରେ ନାମିତ ହୋଇଥିଲା |
5 / ପ୍ରାୟ ଏକ ଦଶନ୍ଧି ପରେ, ଭୁଜିଆ କିମ୍ବା ଡୁଙ୍ଗର ସେଭ୍ ଏତେ ଲୋକପ୍ରିୟ ଥିଲା ଯେ ତାଙ୍କ ଦୋକାନ ପ୍ରତି ସପ୍ତାହରେ 200 କିଲୋଗ୍ରାମ ବିକ୍ରି କରିବ |  ସେତେବେଳକୁ ମୂଲ୍ୟ ମଧ୍ୟ ମୂଳ 2 ପଇସା / କିଲୋଗ୍ରାମରୁ 25 ପଇସା / କିଲୋଗ୍ରାମକୁ ବୃଦ୍ଧି ପାଇଥିଲା |


Sunday, 22 March 2020

*Birds are born to fly, not withstanding the law of gravity. Fishes are born to swim, not withstanding the principle of floatation. Every child of God is born to win the battles of life, regardless of all obstacles and challenges. Whatsoever is born of God overcomes the world. No two birds have ever collided in the sky, which means there's more space for all of them. You don't need to pull your neighbour down to succeed. Pulling someone down does not necessarily mean you will go up! There is more than enough space and resources for us all to be the best that God wants us to be.*

_*Be Positive Enjoy Life 💖*_

Tuesday, 11 February 2020

A man has to choose from his 3 girlfriends

A man had three beautiful girlfriends but didn't know which one to marry. As a test, he decided to give each woman $5,000 to see how they would spend it.

The first girlfriend went out and got herself a complete makeover. She told him, "I spend the money so I could look pretty for you because I love you so much."

The second went shopping and bought the man new golf clubs, an iPad and an 80-inch flatscreen television. She said, "I bought these gifts for you because I love you so much."

The third woman took the $5,000 and invested it in the stock market, doubled her investment, returned $5,000 to the man and reinvested the rest. She said, "I am investing the rest of the money for our future because I love you so much."

The man thought long and hard about how each of his girlfriends had spent the money, and then he decided to marry the one with the biggest tits.

Thursday, 6 February 2020


      _*👉" ସେଦିନ କିଛି ଅଲଗା ଥିଲା "👈*_

 *❀꧁❀꧂❀꧁❀꧂❀꧁❀꧂❀*
_________________________________________
*☘☘🌼🌼🙏🏻✒🙏🏻🌼🌼☘☘

ସବୁଦିନ ପରି ଆଲାର୍ମ ବାଜିବା ଆଗରୁ ନିଦଟି ମୋର ଭାଙ୍ଗିଗଲା । ତଳ ଠାକୁର ଘରୁ ଘଣ୍ଟିଟି ସେମିତି ବାଜି ଚାଲିଥାଏ । ତକିଆଟିକୁ ମୁଣ୍ଡତଳୁ କାଢ଼ି ମୁହଁ ଉପରେ ଦେଇଦେଲି । କାନକୁ ଯେତେ ମୁଦିବାକୁ ଚେଷ୍ଟା କଲେ ବି ଆଉ ପାରିଲିନି । ସେ ଶବ୍ଦ ବେଶି ଜୋରରେ କାନ ମଧ୍ୟକୁ ପ୍ରବେଶ କରୁଥାଏ । ଆଖିକୁ ଆଉ ନିଦ ହେଲାନି । ଚିଡ଼୍‌ଚିଡ଼୍ ହୋଇ ମୁଁ ଉଠି ବସିଲି । ପାଟିରୁ ସେଇ ନିତି ଦିନିଆ କଥା ପଦକ ଆପେଆପେ ବାହାରି ପଡ଼ିଲା । “ଓହୋ ଏ ସୁବାଷ ଭାଇନାଙ୍କ ସକଳୁଆ ଭକ୍ତି ମଣିଷକୁ ଟିକେ ଶାନ୍ତିରେ ଶୁଆଇ ଦେବନି ।”

ମୋ ପରିଚୟଟା ଟିକେ ଦେଇ ଦିଏ । ଭଲ ନାମ ପ୍ରକାଶ (ଅଫିସିଆଲ) । ଡାକ ନାମ ଲିଟୁ । ଶ୍ରଦ୍ଧାରେ ଅନେକେ ବିଭିନ୍ନ ନାମରେ ଡାକନ୍ତି । ବର୍ତ୍ତମାନ +୩ ତୃତୀୟ ବର୍ଷର ଛାତ୍ର । ଘରୁ ବାହାରେ ରହି ପାଠ ପଢ଼େ । ବିଗତ ଦୁଇ ବର୍ଷଧରି ଏଇ ସୁବାଷ ଭାଇନାଙ୍କ ଘର ମୋ ବାସ ପାଲଟିଛି । ହା ହା ହା । ଆଜ୍ଞାଙ୍କର ଶୁଭ ନାମ ହେଉଛି ସୁବାଷ ଚନ୍ଦ୍ର ମହାପାତ୍ର । ବୟସ ୬୦ ବର୍ଷ । ପେସା ସରକାରୀ ଚାକିରୀ । ମୁଁ ୟାଙ୍କ ଘରେ ଭଡ଼ାରେ ରହି ପାଠ ପଢ଼େ । ତେବେ ମୁଁ ମଜାରେ ତାଙ୍କୁ ସୁବାଷ ଭାଇନା ବୋଲି ଡାକେ । ଖାଣ୍ଟି ବ୍ରାହ୍ମଣ ଲୋକ । ତେବେ ମୁଁ ତାଙ୍କ ସାମ୍ନାରେ ଡାକେନାହିଁ । ପଛରେ ଡାକେ । ଏମିତି ସାଧାରଣରେ ମଉସା ବୋଲି ଡାକେ । ପରିବାର କହିଲେ ବୁଢ଼ାବୁଢ଼ୀ ଦୁଇ ଜଣ । ଦୁଇ ପୁଅ ବାହାରେ ଚାକିରୀ କରନ୍ତି ।

ଘଣ୍ଟି ଶବ୍ଦରେ ନିଦଟି ମୋର ଭାଙ୍ଗିଗଲା । ଦୁଇ ହାତ ଉପରକୁ ଟେକି ଅଳସ ଭାଙ୍ଗୁ ଭାଙ୍ଗୁ ନଜରଟି ମୋର କାନ୍ଥ ଘଣ୍ଟା ଉପରେ ପଡ଼ିଲା । ସମୟ ବାଜିଥିଲା ୬ଟା ବାଜି ୩୦ ମିନିଟ । ଭାବିଲି ନିଦ ଛାଡ଼ିନି ବୋଧେ ସମୟ ଭୁଲ ଦେଖା ଯାଉଛି । ମୁଁ ଟିକେ ଆଖି ମକଚି ଆଉ ଥରେ ଘଣ୍ଟାକୁ ଦେଖିଲି । ସେହି ସମାନ ସମୟ । କଥାଟା ମତେ କେମିତି କେମିତି ଲାଗିଲା । କାରଣ ଦୁଇବର୍ଷ ହେବ ପ୍ରାୟତଃ ସମାନ ୭ଟା ୩୦ରେ ସୁବାଷ ଭାଇନାଙ୍କ ଠାକୁର ଘରୁ ଘଣ୍ଟି ବାଜେ । ଆଉ ସେହି ଶବ୍ଦ ଶୁଣି ସମାନ ସମୟରେ ମୋ ନିଦ ସବୁବେଳେ ଭାଙ୍ଗେ । ହେଲେ ଆଜି ଏଥିରେ ବ୍ୟତିକ୍ରମ କାହିଁକି । ମନରେ ଦ୍ଵନ୍ଦ ସୃଷ୍ଟିହେଲା । ପ୍ରକୃତ କଥାଟା ଜାଣିବାକୁ ଚାଦର ଖଣ୍ଡେ ଘୋଡ଼ିହୋଇ ମୁଁ ତଳକୁ ଚାଲିଲି ।

ଦୁଆର ବନ୍ଧଠି ଟିକେ ଆଖି ପକେଇ ମୁଁ ବାଡ଼ି କୂଅ ଆଡ଼େ ଚାଲିଲି । ସେତେବେଳକୁ ସୁବାଷ ଭାଇନା ପୂଜାସାରି ପୋଷାକ ପିନ୍ଧିବାରେ ବ୍ୟସ୍ତ । କୂଅମୂଳେ ଥୁଆ ହୋଇଥିବା ବାଲ୍‌ତିରୁ ମୁନ୍ଦେ ପାଣି ମୁହଁରେ ଛାଟିଦେଲି । ଓହୋ କି ଥଣ୍ଡା । ଖରାବେଳେ ବରଫ ଭଳି ଥଣ୍ଡା ରହୁଥିବା ଏ କୂଅର ପାଣି ଶୀତ ଦିନେ ଡବଲ ଥଣ୍ଡା । ସେଥିପାଇଁ ମୁଁ ୟା ନାଁ ଦେଇଛି ବରଫ କୁଣ୍ଡ । ସାଙ୍ଗେ ସାଙ୍ଗେ ପାଖ ତାରରେ ଝୁଲୁଥିବା ଓଦା ଗାମୁଛାଟିରେ ପୋଛି ହୋଇଗଲି । ଆଉ ଚାଲିଲି ବୁଢ଼ାବୁଢ଼ୀଙ୍କ ପାଖକୁ ।

ସୁବାଷ ଭାଇନା ମାନେ ମଉସା ପୋଷାକ ପିନ୍ଧି ଉତ୍କଳ ପ୍ରସଙ୍ଗ ବହିଖଣ୍ଡେ ଧରି ପଢ଼ୁଥାନ୍ତି । ମୁଁ ଯାଇ ତାଙ୍କ ଚୌକି ପାଖ ଦଉଡ଼ିଆ ଖଟ ଉପରେ ବସି ପଡ଼ିଲି । ମାଉସୀ ବୋଧେ ରୋଷେଇ ଘରେ ଚାହା କରୁଥିଲେ । କାହିଁକି ନା ସେପଟୁ ଅଦା ଗୋଲମରିଚର ଭଲ ବାସ୍ନା ଆସୁଥାଏ । ମୁଁ ଟିକେ ମଉସାଙ୍କ ଆଡ଼କୁ ନଜର ଦେଲି । ଆଶ୍ଚର୍ଯ୍ୟ ହେଲି କି ସବୁଦିନ ସାର୍ଟ ପ୍ୟାଣ୍ଟ ପିନ୍ଧୁଥିବା ଲୋକଟି ଆଜି କ’ଣ ଧୋତି ପିନ୍ଧିଛନ୍ତି । ମୁଁ ପ୍ରଶ୍ନିଳ ଆଖିରେ ତାଙ୍କ ଆଡ଼କୁ ଚାହିଁ ରହିଥାଏ । ଏହି ସମୟରେ ମାଉସୀ ଗରମ ଚାହା କପେ ମୋ ହାତକୁ ବଢ଼େଇଦେଲେ । ଆଉ କପେ ମଉସାଙ୍କୁ ଦେଇ ନିଜେ ଛୋଟ ଗିନାଟିରେ ଅଳ୍ପ ଚାହା ଧରି ତଳ ପିଢ଼ା ଉପରେ ବସିଲେ ।

ମୁଁ କଥା ଆରମ୍ଭ କଲି । ଓହୋ କି ଶୀତ । ଖରାଟିକେ ନପଡ଼ିଲେ ବାହାରକୁ ଗୋଡ଼ କାଢ଼ିବାକୁ ଜମାରୁ ଇଛା ହେଉନି । ଏ ଅବସ୍ଥାରେ କୁଆଡ଼େ ଯେ କାମରେ ଯିବା ବଡ଼ ମୁସ୍କିଲ । ମୋ କଥା ଶୁଣି ମାଉସୀ ଆରମ୍ଭ କଲେ । ଆଉ କୁଆଡ଼େ ଯିବା ଦରକାର ନାହିଁ । ନିତ୍ୟକର୍ମ ସାରି ଘରେ ବସି ଖାଲି ବହି ପଢ଼ିବା କଥା । ମୁଁ ପଚାରିଲି ମଉସା ଅଫିସ ଯିବେନିକି? ଘରେ ବସିଲେ କ’ଣ ଚଳିବ । ମୋ କଥା ପଦକ ଶୁଣି ମାଉସୀଙ୍କ ମୁହଁ ଟିକେ ଶୁଖିଗଲା । ତା’ପରେ ହସିକି କହିଲେ ବାବୁଙ୍କର ଆଜି ଅଫିସରେ ଶେଷ ଦିନ । ସେଥିପାଇଁ ଆଜି ଘଣ୍ଟେ ଆଗରୁ ରେଡ୍ଡି । କାଲିଠୁ ଆଉ କୁଆଡ଼େ ଯିବା ଦରକାର ନାହିଁ ଖାଲି ଘରେ ବସିବା କଥା ।

କଥାଟା ଶୁଣି ମୁଁ ବି ଟିକେ ଭାବବିହ୍ଵଳ ହୋଇପଡ଼ିଲି । ମଉସାଙ୍କ ନୀରବତା ଭିତରେ ବି ତାଙ୍କ ମନର କଷ୍ଟକୁ ମୁଁ ସ୍ପଷ୍ଟ ବାରି ପାରୁଥିଲି । ମୋ ଆଖି ଆଗରେ କଲେଜ ଫେୟାରୱେଲ ସମୟର ଚିତ୍ର ନାଚି ଉଠିଲା । +୨ ବେଳର ସେ କୋହଭରା ଚିତ୍ର । ସାଙ୍ଗସାଥୀଙ୍କୁ ବିଦାୟ ଦେବାର ଦୁଃଖ । ଆଉ ଜୁନିଅରମାନେ ଆୟୋଜନ କରିଥିବା ଉତ୍ସବରେ ମିଛି ମିଛିକା ହସ । ସେଦିନ ଫେୟାରୱେଲ ପାର୍ଟିରେ ମୋର ଶେଷ ଭାଷଣ; କହିବାବେଳେ ପାଟି ଥରୁଥାଏ, ଆଖି ଜକେଇ ଆସୁଥାଏ, ମୋ ସାମନାରେ ବସିଥିବା ସାଙ୍ଗମାନଙ୍କର ବି ସମାନ ଅବସ୍ଥା । ସବୁବେଳେ ମୋ ଭାଷଣ ଶୁଣି ତାଳି ମାରୁଥିବା ସେ ହାତଗୁଡ଼ିକ ଆଖିର ଲୁହକୁ ପୋଛିବାରେ ବ୍ୟସ୍ତ ଥିଲେ । ଆଉ ଦିନ କେଇଟା ପରେ +୩ ବି ସରିଯିବ । ଆମେ ସିନିୟରଙ୍କୁ ବିଦାୟ ଦେଲାଭଳି ଆମକୁ ବି ବିଦାୟ ଦିଆଯିବ । ସାଙ୍ଗସାଥି, ମଜା ମସ୍ତି ଆଉ କଲେଜ ଖଟି ସବୁ ହେଇଯିବ ସାତସପନ । ମୋ ଆଖି ଆଗରେ ସେ ସବୁ ଗୋଟେ ପରେ ଗୋଟେ ସିନେମାର ପରଦା ଭଳି ନାଚୁଥାଏ । ମୁଁ ଏକଦମ ଅଲଗା ଦୁନିଆରେ ଥାଏ ।

ମଉସା ଚୌକିରୁ ଉଠିଲେ । ସାଙ୍ଗେ ସାଙ୍ଗେ ମୋ ଅନ୍ୟମନସ୍କତାରେ ବ୍ରେକ ଲାଗିଲା । ବହିଟି ଥୋଇଦେଇ ମଉସା ଘର ଭିତରକୁ ଗଲେ । ମୁଁ ମାଉସୀଙ୍କୁ ପଚାରିଲି । ଆମ ମଉସା ତ ପ୍ୟାଣ୍ଟ ସାର୍ଟ ପିନ୍ଧିବା ଲୋକ । ସବୁବେଳେ ସେଇଆ ପିନ୍ଧି ଅଫିସ ଯାଆନ୍ତି । ହେଲେ ଆଜି ଏ ଧୋତି କାହିଁକି । ସେପଟୁ ମଉସା କହିବାକୁ ଲାଗିଲେ । ୩୦ ବର୍ଷ ତଳେ ଏଇ ଧୋତି ପିନ୍ଧି ଚାକିରୀ ଜୀବନ ଆରମ୍ଭ ହୋଇଥିଲା । ପ୍ୟାଣ୍ଟସାର୍ଟ ପିନ୍ଧା ବହୁତ କମ ଲୋକଙ୍କୁ ସେତେବେଳେ ଦେଖିବାକୁ ମିଳୁଥିଲା । ଲୋକେ ତ ଖାଇବାକୁ ପାଉନଥିଲେ ଆଉ ଚିକଣିଆ ପିନ୍ଧିବେ କୁଆଡ଼ୁ । ଏବେ ସିନା ପଇସା ହେଇଗଲା ଆଗରୁ କୋଉଠି ଥିଲା । ମୁଁ ବୁଝିଗଲି ମଉସା ଚାକିରୀ ଆରମ୍ଭ ଦିନ ଭଳି ଶେଷଦିନ ବି ଧୋତିପିନ୍ଧି ଅଫିସ ଯିବେ ।

ସତରେ ମଣିଷ ଯେତେ ଉପରକୁ ଉଠିଲେ ବି ପୁରୁଣା ଦିନସବୁ ତା’ ପାଇଁ ବହୁତ ଦାମୀ । ଆଜି କାଲିର ବ୍ୟସ୍ତତା ଭିତରେ ବି ଏ ସବୁକୁ କେବେ କେବେ ଖୋଜି ବସିଥାଏ । ପୁଣି ପଛକୁ ଫେରିଯିବାକୁ ଚାହିଁଥାଏ । ଆଉ ସାଉଁଟିବାକୁ ଚେଷ୍ଟା କରିଥାଏ ସେ ସବୁ ସ୍ମୃତିକୁ । କେତେ ଯେ ସୁଖ ଦୁଃଖ ଏବଂ ଆତ୍ମୀୟତା ଯେ ତା’ ସହ ଯୋଡ଼ା । ଆଉ ସେମିତି ଥିଲା ମଉସାଙ୍କ ଏ ଧୋତି । ଲାଗୁଥିଲା ମଉସାଙ୍କର କର୍ମଜୀବନରୁ ଅବ୍ୟାହତି ନେବାରେ ଆଦୌ ଇଛା ନାହିଁ । ଏବେ ବି ତାଙ୍କ ଭିତରେ ଅଦ୍ୟମ ଇଛାଶକ୍ତି, କାମ କରିବାର ଉତ୍ସାହ ତାଙ୍କର ପ୍ରତିଟି କଥାରୁ ଜଣାପଡ଼ୁଥିଲା । ହେଲେ ଏ ସରକାରୀ ନିୟମ ଯେ । କିଏ ବା କ’ଣ କରିପାରିବ ।

ହଠାତ ଘର ଆଗରେ ଜଣଙ୍କର ଗାଡ଼ି ଆସି ଲାଗିଲା । ସୁବାଷ ବାବୁ… ସୁବାଷ ବାବୁ… ଡାକ ପକାଇଲେ ବ୍ୟକ୍ତି ଜଣକ । କବାଟ ଖୋଲୁ ଖୋଲୁ ସାମନାରେ ଥିଲେ କୁମର ବାବୁ । ମଉସାଙ୍କ ପୁରୁଣା ବନ୍ଧୁ ଏବଂ ସହଯୋଗୀ । ଉଭୟଙ୍କ ସମ୍ପର୍କ ବହୁ ନିବିଡ଼ । ପରସ୍ପରର ସୁଖ ଦୁଃଖରେ ଅକ୍ଳେଶରେ ଛିଡ଼ା ହୁଅନ୍ତି । କୁମର ବାବୁ ମଉସାଙ୍କୁ ନେବାପାଇଁ ଆସିଥିଲେ । ମଉସା ପ୍ରତ୍ୟହ ସାଇକେଲ ଯୋଗେ କୁମର ବାବୁଙ୍କ ଘରକୁ ଯାଇଥାନ୍ତି ଆଉ ସେଠାରୁ ଦୁହେଁ ସାଙ୍ଗ ହୋଇ ବାଇକରେ ବସି ଅଫିସ ଯାଆନ୍ତି । ଆଜି ମଉସାଙ୍କ ଚାକିରୀର ଶେଷ ଦିନ ଥିବା ହେତୁ କୁମର ବାବୁ ତାଙ୍କୁ ଘରୁ ନେବାପାଇଁ ଆସିଥାନ୍ତି ।

ସୁବାଷ ବାବୁ ଜଲଦି ବାହାରନ୍ତୁ ବିଳମ୍ବ ହୋଇଯିବ । କୁମର ବାବୁଙ୍କ କଥାଶୁଣି ମଉସା ହଁ ହଁ କହି ସ୍ପୀଡ଼ ବଢ଼ାଇ ଦେଲେ । ଖାଲି ସାର୍ଟ ପକେଟଟାରେ କ’ଣ କିଛି ଭର୍ତ୍ତି କରିଥାନ୍ତି । ବାକି ଆଜି ବ୍ୟାଗ ପତର କିଛି ନାଇଁ । ମଉସା ଯାଉ ଯାଉ ସାଇକେଲଟା ଉପରେ ଟିକେ ହାତ ବୁଲେଇଦେଇ ଗଲେ । ଏତିକିବେଳେ ମାଉସୀ ଜୋରରେ କହି ଉଠିଲେ, “ଏ ମାଆ ଆଜି କିଛି ବନେଇବାକୁ ଭୁଲି ଯାଇଛି । ଟିକେ ରୁହ ରୁହ ରୁଟି ଦି’ପଟ ଆଉ ଭଜା ଟିକେ ବନେଇ ଦେଉଛି ନେଇଯିବ । ନହେଲେ ଖରାବେଳେ ଖାଇବ କ’ଣ ।” ମାଉସୀଙ୍କ କଥାଶୁଣି ମୁଁ, କୁମର ବାବୁ ଏବଂ ମଉସା ତିନିହେଁ ଜୋରରେ ହସି ଉଠିଲୁ । ମାଉସୀ ବୋଧେ ଆମ ହସ ଦେଖି ବୁଝିଗଲେ ଯେ ଆଜିର ଦିନ ଭିନ୍ନ । ଆଜି ଆଉ ମଉସାଙ୍କୁ ସଞ୍ଜବେଳକୁ ଫେରିବାକୁ ପଡ଼ିବନି । ସସମ୍ମାନେ ଫୁଲତୋଡ଼ା ଦେଇ ଖୁଆଇ ପିଆଇ ସଅଳ ଛାଡ଼ିଦେବେ ମଉସାଙ୍କ ସହଯୋଗୀ ଆଉ ଉପର ଅଫିସରମାନେ ।

କୁମାର ବାବୁ ଗାଡ଼ି ଷ୍ଟାର୍ଟ କଲେ । ମଉସା ପଛପଟେ ବସିଗଲେ । ଆମ ଆଡ଼େ ଉଭୟେ ଟିକେ ଚାହିଁଦେଇ ବାହାରିଗଲେ । ମାଉସୀ ଦୁଆର ବନ୍ଧଟାରେ ଆଉଜିକରି ଛିଡ଼ା ହୋଇଥାନ୍ତି । ଆଖିରେ ଲୁହ ଭର୍ତ୍ତି । ମୁଁ କହିଲି ଆରେ ମାଉସୀ ମନଦୁଃଖ କାଇଁ କରୁଛ ଏବେ ତ ତମପାଇଁ ସୁବିଧା ହେଲା । ଏଣିକି ଟିକେ ଡେରିଯାଏଁ ଶୋଇପାରିବ ଆଉ ସକଳୁଆ ରୋଷେଇବାସର ଝୀଂଝଟ ବି ନାହିଁ । ମାଉସୀ କହିଲେ ଚୋପା ଶାନ୍ତି । ଯେତେ କଷ୍ଟ ହେଉପଛେ ଏ ଲୋକଟା ଖାଇପିଇ ସକାଳୁ ଯାଉଥିଲା ଯେ ସଞ୍ଜରେ ଫେରୁଥିଲା । ମୁଁ ଟିକେ ଦିନଯାକ ଶାନ୍ତିରେ ବସୁଥିଲି କି ଉଠୁଥିଲି । ଏବେ ଘରେ ରହି ସାରାଦିନ ବଜବଜ ହେବ ଆଉ ମୋ ମୁଣ୍ଡ ଖରାପ କରିବ । ଦୁହେଁ ହସି ହସି ବେଦମ

*
ହୃଦୟହୀନ ପୁଅ

 *❀꧁❀꧂❀꧁❀꧂❀꧁❀꧂❀*
_________________________________________
*☘☘🌼🌼🙏🏻✒🙏🏻🌼🌼☘☘

ଜହ୍ନାଲୋକରେ ଆଲୋକିତ ହୋଇଯାଇଥିବା ସେଦିନର ରାତି ଯେପରି ଏକ ବିଶାଳ ପରିବର୍ତ୍ତନ ଆଣିଥିଲା ସତ୍ୟଦେବଙ୍କ ପାଇଁ । ନୂଆ ଆଶାର ଆଲୋକକୁ ନେଇ ଏକ ସୁନ୍ଦର ପଥର ପଥିକଟିଏ ହୋଇଗଲେ ସେ । ପିତାଙ୍କ ଚରଣ ତଳେ ଶୋଇଯିବା ପରେ ଆଖିରୁ ବହିଯାଉଥିବା ଲୁହ ଯେମିତି ମରୁଭୂମି ପାଲଟି ଯାଇଥିଲା । ଜୀବନର ଚଲାପଥ ଏମିତିବି ହୋଇପାରେ ବୋଲି ସତ୍ୟଦେବ ଅନୁଭବ କରି ଏକ ନୂଆ ଜୀବନଟିଏ ଆରମ୍ଭ କରିଥିଲେ ।

ଗ୍ରୀଷ୍ମର ପ୍ରକୋପରେ ଗାଁ ଶେଷମୁଣ୍ଡରେ ଥୁଣ୍ଟା ହୋଇଯାଇଥାଏ ବରଗଛଟିଏ । ବରଗଛରୁ ପନ୍ଦର କି କୋଡ଼ିଏ ହାତ ଦୂରରେ ମହାରଣା ବାବୁଙ୍କ ଝାଟିମାଟିର ଚାଳ କୁଡ଼ିଆ ଘର । ଦୁଇ ପୁଅ, ପତ୍ନୀ ଉର୍ମିଳା ଦେବୀ ଓ ବୁଢ଼ା ବାପାମାଆଙ୍କୁ ନେଇ ଛୋଟିଆ ପରିବାରଟିଏ । ମହାରଣା ବାବୁଙ୍କର ଦୋକାନଟିଏ ଥାଏ । ସେଥିରୁ ଯାହା ରୋଜାଗର ହୁଏ ସାଥିରେ ତାଙ୍କ ଦାରିଦ୍ର୍ୟତା ଦୂର ହୁଏ ନାହିଁ । ସେଥିପାଇଁ ସେ ସମୟ ମିଳିଲେ ଜମିଦାର ବାବୁଙ୍କ ଘରେ ମୂଲିଆ ଭାବେ କାମ କରନ୍ତି । ନିଜେ ଓଳିଏ ନଖାଇ କିପରି ନିଜ ଛୁଆ ଓ ବାପାମାଆଙ୍କୁ ଆହାର ଦେବେ ସେ କଥା ସବୁବେଳେ ଚିନ୍ତା କରୁଥାନ୍ତି ମହାରଣା ବାବୁ । ଦୁଃଖ ଦାରିଦ୍ରତା ଯେମିତି ତାଙ୍କ ପିଲାଙ୍କୁ ସ୍ପର୍ଶ ନକରୁ ସେଥିପାଇଁ ସେ ପିଲାଙ୍କୁ ବୁଝେଇବା ସହ ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗେଇ ଦେଉଥିଲେ । ଏହିସବୁ ଦେଖି ପିତାଙ୍କ କଷ୍ଟକୁ ଠିକ ବାରିପାରୁଥିଲା ବଡ଼ପୁଅ ବିଷ୍ଣୁଦେବ । ନାମଟି ତା’ର ଯେମିତି, କାମ ତା’ର ଠିକ ସେମିତି । ସତେ ଯେପରି ଭଗବାନ ସେହି ବିଷ୍ଣୁଦେବ ଭିତରେ ବିରାଜମାନ କରିଛନ୍ତି । କଥାରେ ନାହିଁ, କାନ ଥିଲେ ସୁନା ନାହିଁ, ଠିକ ସେମିତି ଦାରିଦ୍ର୍ୟତା ମଧ୍ୟରେ ପରିବାର ଗତିକରୁଥିଲେ ମଧ୍ୟ ବିଷ୍ଣୁଦେବ ସବୁ କାର୍ଯ୍ୟରେ ନିପୂଣ ଥିଲା । ପାଠପଢ଼ାରେ ଯେମିତି ଥିଲା, ଠିକ ସେମିତି ଅନ୍ୟ କାର୍ଯ୍ୟରେ ବି ପାରଙ୍ଗମ ଥିଲା । ସମସ୍ତଙ୍କର ପ୍ରିୟପାତ୍ର ହୋଇଯାଇଥିଲା ସେ । ପାଠପଢ଼ା ସହ ଦିନରେ ସାଙ୍ଗମାନଙ୍କ ସହ ଖେଳକୁଦ ଓ ରାତିରେ ଜେଜେବାପା ପାଖରେ ବସି ଭାଗବତ ଶୁଣିବା । ଦୁଃଖ କଷ୍ଟରେ ଥିଲେ ମଧ୍ୟ ପରିବାରଟି ବହୁତ ଖୁସି ଓ ଆନନ୍ଦରେ ଜୀବନଯାପନ କରୁଥିଲା ।

ସମୟକ୍ରମେ ମହାରଣା ବାବୁ ପୂର୍ବପରି ଅଧିକ ପରିଶ୍ରମ କରିପାରିଲେ ନାହିଁ । ବାପାଙ୍କର ଏପରି ଅବସ୍ଥାରେ ବଡ଼ପୁଅ ଉପରେ ଅଧିକ ଚାପ ପଡ଼ିଲା । ଘରର ଦାରିଦ୍ର୍ୟତାକୁ ଦୃଷ୍ଟିରେ ରଖି ବିଷ୍ଣୁଦେବ ନିଜ ଜୀବନକୁ ଜଳାଞ୍ଜଳୀ ଦେଇ ଅଧିକ ପଢ଼ାପଢ଼ି ନକରି ଛୋଟିଆ ବେସରକାରୀ ଚାକିରୀ ଖଣ୍ଡିଏ କରି ଘରର ମେରୁଦଣ୍ଡ ହୋଇ ଛିଡ଼ାହେଲା ଓ ବାପାମାଆଙ୍କ ଯତ୍ନ ନେବା ସହ ସାନଭାଇକୁ ଏକ ଉଚ୍ଚ ପଦବୀରେ ବିରାଜମାନ କରାଇବା ପାଇଁ ସେ ଦିନରାତି ଏକକରି ପରିଶ୍ରମ କରୁଥିଲା। ବାପାମାଆଙ୍କ ସେବାରେ ଯେପରି ଅବହେଳା ନହେଉ ସେଥିପାଇଁ ବାପମାଆଙ୍କ ନିଷ୍ପତିରେ ହାତରୁ ଦୁଇ ହାତ ହୋଇଗଲା ସେ । ବାପାଙ୍କ କଷ୍ଟକୁ ଅନୁଭବ କରି ବିଷ୍ଣୁଦେବ ନିଜ ଖୁସିକୁ ପରିବାର ମଧ୍ୟରେ ଉତ୍ସର୍ଗ କରିଦେଇଥିଲେ । ସାନଭାଇ ସତ୍ୟଦେବର ପଢ଼ିବାରେ ଯେପରି ବ୍ୟତିକ୍ରମ ନହେଉ ସେଥିପାଇଁ ସେ ସମସ୍ତ ସୁବିଧା ଯୋଗାଇ ଦେଉଥିଲା ।

ସମୟ ବିତିବା ସହ ଅଧିକରୁ ଅଧିକ ପାଠ ପଢ଼ିବା ପାଇଁ ସତ୍ୟଦେବ ସହରକୁ ଚାଲିଆସିବା ପରେ ତାଙ୍କ ଜୀବନରେ ଆରମ୍ଭ ହୁଏ ଏକ ନୂତନ ଅଧ୍ୟାୟ, ଯେଉଁଠି ସେ ଭୁଲିଯାଏ ବାପାଙ୍କ ଭଲପାଇବା, ମାଆର ପଣତକାନିର ସ୍ନେହ ଓ ବଡ଼ଭାଇର ଆଦର । ଅଧିକରୁ ଅଧିକ ପାଠ ପଢ଼ିସାରିବା ପରେ ସତ୍ୟଦେବ ଏକ ସରକାରୀ ଉଚ୍ଚ ପଦବୀରେ ନିଯୁକ୍ତ ହେଲା । ଧନ ଓ ଯୌବନ କ୍ଷଣସ୍ଥାୟୀ ହୋଇଥିଲେ ମଧ୍ୟ ଏହାକୁ ସତ୍ୟଦେବ ବୁଝିପାରିନଥିଲା । ଏହାପରେ ସେ ଆନନ୍ଦ ଉଲ୍ଲାସରେ ସାଙ୍ଗସାଥିମାନଙ୍କ ସହ ମିଶି ସମୟ ଅତିବାହିତ କରୁଥିଲା । ଇତିମଧ୍ୟରେ ସେ ନିଜ ମନର ସାଥିକୁ ବାଛିନେଇ ଜୀବନର ଶେଷ ନିଶ୍ଵାସ ପର୍ଯନ୍ତ ତା’ର ହାତ ଧରି ବାଟ ଚାଲିବେ ବୋଲି ସ୍ଥିର କରିସାରିଥିଲା । ମନରେ ଦୁଃଖ ଥିଲେ ମଧ୍ୟ ମହାରଣା ବାବୁ ଓ ଉର୍ମିଳା ଦେବୀ ପୁଅର ମନରେ କଷ୍ଟ ନଦେଇ ପୁଅର ନିଷ୍ପତିରେ ହିଁ ସହମତି ଦେଇଥିଲେ । ଏହାର କିଛିଦିନ ପରେ ସତ୍ୟଦେବଙ୍କର ଦୁଇଟି ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ ଓ ସେଥିରେ ବହୁତ ଖୁସି ଥିଲେ ମହାରଣା ବାବୁ ।

ଯେମିତି ଅଦିନିଆ ମେଘ ଗର୍ଜନ କରେ ଠିକ ସେମିତି ଚଡ଼କ ପଡ଼େ ମହାରଣା ବାବୁଙ୍କ ଘରେ । ହସଖୁସିରେ ଚାଲୁଥିବା ସୁନାର ସଂସାର ଉପରେ ଯେମିତି କାହାର କୋପ ଦୃଷ୍ଟି ପଡ଼ିଯାଇଥିଲା । ସତ୍ୟଦେବ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଥିଲେ । ସ୍ତ୍ରୀ-ବୋଲକରା ହୋଇ ସତ୍ୟଦେବ ନିଜ ପରିବାର ସହ ଖୁସିରେ ରହିବାକୁ ସ୍ଥିର କରି ନିଜ ପତ୍ନୀ ଓ ଦୁଇ ପୁଅକୁ ନେଇ ଘରଠାରୁ ଦୂରରେ ରହିବାକୁ ଆରମ୍ଭ କରିଦେଲା । ପିଲାବେଳେ ହାଥଧରି ଚାଲିବା ଶିଖାଇଥିବା ସେହି ବୁଢ଼ା ବାପାଙ୍କଠାରୁ ସେ ବହୁତ ଦୂରକୁ ଚାଲିଯାଇଥିଲା । ବଡ଼ଭାଇର ଆଦର ଓ ବାପାମାଆଙ୍କର ଭଲପାଇବାକୁ ଭୁଲିଯାଇ ସତ୍ୟଦେବର ଏପରି କାର୍ଯ୍ୟ ଦେଖି ମନ ଭିତରେ କଷ୍ଟ ଥିଲେ ମଧ୍ୟ ମହାରଣା ବାବୁ ପ୍ରକାଶ କରିନଥିଲେ ମାତ୍ର ବିଷ୍ଣୁଦେବ ଠିକ ବୁଝିପାରୁଥିଲା ।

ସମୟ ସ୍ରୋତରେ ନିଜ ସଂସାରକୁ ଖୁସିରେ ଦେଖିବାକୁ ଚାହୁଁଥିବା ସତ୍ୟଦେବକୁ ଏମିତି ଏକ ଦିନ ଦେଖିବାକୁ ପଡ଼ିବ ସେ କେବେ ହେଲେ ଭାବିନଥିଲେ । ନିଜ ସଂସାର ପାଇଁ ଦିନରାତି ପରିଶ୍ରମ କରି ନିଜ ପୁଅଙ୍କୁ ବଡ଼ କରାଇ ଉଚ୍ଚ ପଦପଦବୀରେ ବସାଇଥିଲେ । ନିଜକୁ ଉଚ୍ଚ ଅଧିକାରୀ ରୂପେ ଗର୍ବ ଅନୁଭବ କରୁଥିବା ପୁଅମାନେ ଶେଷରେ ନିଜ ମାଆଙ୍କ ସହମତି କ୍ରମେ ଏମିତି ଏକ ସମୟରେ ସତ୍ୟଦେବକୁ ସମସ୍ତେ ଛାଡ଼ିଦେଇ ଚାଲିଗଲେ ଯାହା କେବେ ସତ୍ୟଦେବ କଳ୍ପନା କରିନଥିଲେ । ନିଜ ଇଚ୍ଛାରେ ଜୀବନସାଥୀ ଖୋଜିବା ପରେ ମଧ୍ୟ ସେ ଏମିତି କଟୁ ପ୍ରକୃତିର ଘରଣୀ ପାଇବେ ସେ କେବେ ଜାଣିନଥିଲେ ଓ ଶେଷରେ ପୁତ୍ରମାନେ ନିଜ ପିତାଙ୍କୁ ଅକ୍ଷମ କହି ଚାଲିଗଲେ । ନିଜର ପରିବାରକୁ ଖୁସିରେ ରଖିବାକୁ ଚାହୁଁଥିବା ସତ୍ୟଦେବ ଆଜି ସେ ନିଜଠୁ ହାରିଯାଇଥିଲେ ।

ଦୂରରେ ରହିଲେ ମଧ୍ୟ ନିଜ ପୁଅକୁ ନିଜ କୋଳକୁ ନେଇଗଲେ ମହାରଣା ବାବୁ । ଦୁଃଖରେ ରହିଲେ ମଧ୍ୟ କାହାକୁ ନିଜ ଦୁଃଖ ପ୍ରକାଶ କରୁନଥିଲେ ସତ୍ୟଦେବ, ମାତ୍ର ପିତାମାତାଙ୍କୁ କ’ଣ ବା ଅଛପା । ସେଦିନ ରାତ୍ରି-ଭୋଜନ ସରିବା ପରେ ସତ୍ୟଦେବ ଦୁଃଖରେ ବସିଥିଲେ ଓ ଆଖିରୁ ବହିଯାଉଥିଲା ତାଙ୍କର ଅଶ୍ରୁ ଧାର । ଅକସ୍ମାତ ସତ୍ୟଦେବଙ୍କ କକ୍ଷକୁ ମହାରଣା ବାବୁ ପ୍ରବେଶ କରି ସତ୍ୟଦେବଙ୍କୁ ଏମିତି ପରିସ୍ଥିତିରେ ଦେଖିବାପରେ ତା’ର କାନ୍ଧରେ ହାତ ପକାଇ ଆଶ୍ୱାସନା ଦେଲେ ଓ ପିତାଙ୍କ ମୁହଁକୁ ଦେଖି ତାଙ୍କ ଚରଣ ଧରି ଅଧିକ କାନ୍ଦିବାକୁ ଲାଗିଲେ ଓ ସତ୍ୟଦେବ ନିଜର ତ୍ରୁଟିକୁ ଜାଣିପାରିଲେ । ଏହାପରେ ସେଦିନର ରାତି ସତ୍ୟଦେବଙ୍କ ପାଇଁ ଏକ ଅମୂଲ୍ୟ ରାତି ହୋଇଯାଇଥିଲା ଓ ପିତାଙ୍କ ଚରଣରେ ସତ୍ୟଦେବ ଶୋଇଯାଇଥିଲେ । ସମୟସ୍ରୋତରେ ବରଗଛଟିରେ ପୁଣିଥରେ ନୂଆ ନୂଆ ପତ୍ର କଅଁଳିବାକୁ ଲାଗିଲା ।



              _*👉" ବୁଢ଼ା ସଂଖାରି "👈*_


*ରଚନା : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ।।*

 *❀꧁❀꧂❀꧁❀꧂❀꧁❀꧂❀*
_________________________________________
*☘☘🌼🌼🙏🏻✒🙏🏻🌼🌼☘☘

ପ୍ରାୟ ଫଗୁଣ ମାସ ଶେଷ ସରିକି, ଉଦୁଉଦିଆ ଖରାବେଳେ ବୁଢ଼ାଟିଏ ଗୋଟିଏ ଗାଁ ମଝିରେ ଯାଉଥିଲା । ଷାଠିଏ ବରଷର ବୁଢ଼ା, ଦାନ୍ତଗୁଡ଼ାକ ସବୁ ପଡ଼ିଗଲାଣି, ମୁଣ୍ଡବାଳ ତେଣିକି ଥାଉ, ଛାତି ବାଳଗୁଡ଼ାକ ପାଚି ଧୋବ ଫରଫର ଦିଶୁଛି । ବୁଢ଼ା ମୁଣ୍ଡରେ ଗୋଟିଏ ଟୋକେଇ, ଧୂଳିରେ ଆଣ୍ଠୁଯାକେ ବୁଡ଼ିଛି, ଅଷ୍ଟାଙ୍ଗ ଶରୀର ଝାଳରେ ବୁଡ଼ି ଗୋଡ଼ ବାଟେ ବହି ଯାଉଛି ।

ଗାଁ ମୁଣ୍ଡରେ ଗୋଟିଏ ଘର । ପକ୍କା ପିଣ୍ଡା, ସାତଶେଣିଆ ଛପର, ଯାଉଁଳି କବାଟ । ବୁଢ଼ା ସେହି ପିଣ୍ଡାରେ ବୋଝଟି ଥୋଇ ଦେଇ, ନଥ୍‌ କରି ବସି ପଡ଼ିଲା । କିଛିକ୍ଷଣି ପରେ ସେ ଘରୁ ଗୋଟିଏ ଦାସୀ ବାହାରି ଆସିଲା । ଦାସୀ ବୁଢ଼ାକୁ ଚିହ୍ନେ । ପଚାରିଲା, କିହୋ ଶଙ୍ଖାରି ପୁଅ, ଶଙ୍ଖା ଆଣିଛ କି ? ବୁଢ଼ା ଉତ୍ତର କଲା, ହଁ । ପୁଣି କହିଲା, ଝିଅ ଟୋପାଏ ପାଣି ଦିଅନ୍ତୁ, ବୁଢ଼ାମଣିଷ, ଖରାରେ ତଣ୍ଟି ଶୁଖି ଗଲାଣି । ଦାସୀ ପାଣି ଆଣିବାକୁ ଚାଲିଗଲା ।

କିଛିକ୍ଷଣ ପରେ ଲୋଟାଏ ପାଣି ଘେନି ଦାସୀ ଫେରି ଆସି ବୁଢ଼ା ପାଖରେ ଥୋଇଦେଲା । ବୁଢ଼ା ଉପରକୁ ଆଁ କରିଦେଇ ଢକ ଢକ କରି ଅଧଲୋଟାଏ ପାଣି ଟେକିଦେଲା ।ପାଣି ପିଇ ସାରି ବୁଢ଼ା ଚଉରସ ନିଶ୍ବାସଟିଏ ମୁହଁ ବାଟେ ପକାଇ କହିଲା, ‘ଝିଅ, ତୋର ବଡ଼ ଧରମ ହେଲା ।’ ଦାସୀ କହିଲା, ‘ହଉ ହେଲା ତ ହେଲା ପଛକେ, ଚାଲ ବହୁ ସାଆନ୍ତାଣୀ ଡାକୁଛନ୍ତି, କିମିତିକା ଶଙ୍ଖା ଅଛି ଦେଖିବେ ।’ ବୁଢ଼ା ଟୋକେଇଟି ନେଇ ଉଠିଲା । ସଦର ଦରଜା ପାରି ହେଲେ ଭିତରେ ପକ୍କା ବାହାର, ସାମନାରେ ଚଉପାଢ଼ି, ବାଆଁ ପାଖକୁ ଭିତର ଆଡ଼ ଦୁଆର । ସେ ଦୁଆର ପାଖରେ ଓଢ଼ଣା ଦେଇ ବୋହୂଟିଏ ଛିଡ଼ା ହୋଇଥିଲା । ବୁଢ଼ା ଯାଇ ଟୋକେଇଟି ଥୋଇ ଛିଡ଼ା ହେଲା । ବୋହୂଟି ଧୀରେଧୀରେ ଦାସୀକି କହିଲା, ‘କି ଶଙ୍ଖା ଅଛି ପଚାର ମ ।’ ଦାସୀ ଟିକିଏ ମୁଖରା । ସେ କହିଲା, ‘ଛି ମ, ବୁଢ଼ା ମଣିଷଟାକୁ ଏତେ ଲାଜ । ନିଜେ ଟୋକେଇରୁ ଆସି ଦେଖୁନାହଁ ? କଥାଟା ମନକୁ ଆସିଲା । ବୋହୂଟି ଓଢ଼ଣା ଅଧେ ଟେକି ଦେଇ ମୁରୁକି ମୁରୁକି ହସି ହସିକା ବାହାରି ଆସି ଟୋକେଇ ପାଖରେ ଛିଡ଼ା ହେଲା ।ବୋହୂଟିର ମୁହଁ ଦିଶିଗଲା । ମୁହଁଟି ଚକି କାଟି ଦେଲା ପରି ଗୋଲ୍‌ ଆଉ ଚମ୍ପାଫୁଲ ପରି ଗୋରା । ଚାରି ଆଙ୍ଗୁଳି ଓସାର, ନାଲି ତହିଁରେ ମୟୂରକଣ୍ଠିଆ କସ୍ତା ଖଣ୍ଡିକ ଗୋଇଠି ଯାଏ ଲମ୍ବିଛି । ତା’ ଭିତରେ ଦେଇ ବୋହୂଟିର କଞ୍ଚାସୁନା ପରି ଗୋରା, ଗୋଟିଏ ଚାଉଳରେ ଗଢ଼ା, ଦେହଟି ଫୁଟି ଦିଶୁଛି । ବୁଢ଼ାର ଆଖି ପୂରି ଉଠିଲା । ଏତେ ସୁନ୍ଦର, ଏଡ଼େ ନିଜର ବୋହୂଟିଏ ସେ କେବେ ଦେଖିନାହିଁ । ବୁଢ଼ା ଆଉ ଆଖି ଫେରାଇ ପାରିଲା ନାହିଁ । ଏକା ଧ୍ୟାନରେ ତାକୁ ଚାହିଁ ରହିଲା ।

ବୁଢ଼ାର ଇଚ୍ଛା କ’ଣ କହିବ ବୋଲି, କିନ୍ତୁ ପାଟିରୁ କଥା ଫୁଟିଲା ନାହିଁ। କେତେବେଳେକେ ବୁଢ଼ା ମୁହଁ ଫିଟାଇ କହିଲା, ‘ମା କି ଶଙ୍ଖା ନବୁ ନେ।’ ମା’ ବୋଲି ଡାକି ଦେଲାକ୍ଷଣି ବୁଢ଼ାର ଛାତି କୁଣ୍ଢେ ମୋଟ ହୋଇଗଲା। ବୋହୂଟି ନାଜ ଛାଡ଼ି ଦେଇ କହିଲା, ‘ଅସ୍‌ମାନ୍‌ତାରା ଶଙ୍ଖା ଅଛି ?’ ଓଃ ଏଡ଼େ ମିଠାକଥା। ଏପରି କଥା ତ କେହି କହେ ନାହିଁ। ବୁଢ଼ାର କାନରେ ସେ ସ୍ୱରଟା ଥରକୁ ଥର ବାଜିବାକୁ ଲାଗିଲା। ବୁଢ଼ା କହିଲା, ‘ନା, ମା, ରଙ୍ଗଝଲିରି, ବଉଳଫୁଲିଆ, ବିଛାମାଳିଆ, ଚୁନଟିପି ଏହିସବୁ ଅଛି। ଏହିଥିରୁ ଯାହା ନବୁ ମା, ମୁଁ ଆସ୍‌ମାନ୍‌ତାରା ତିଆରି ହେଲେ ଆଣିଦେବି।’

ବୋହୂଟି ଦେଖି ଦେଖି ମୁଠାଏ ଶଙ୍ଖା ପସନ୍ଦ କଲା। ତେବେ ସେ ମୁଠାକ ହାତକୁ ହେବ କି ନାହିଁ କିଏ କହିବ ? ଏହି ସମୟରେ ‘ବୁଢ଼ା କହିଲା, ଦେ ମା, ହାତ ଦେ, ମୁଁ ଶଙ୍ଖା କଛି ଦିଏ।’ ବୋହୂଟି ହଠାତ୍‌ ହାତ ବଢ଼ାଇ ଦେଉଛି ବା କିପରି ? ଟିକିଏ ଇତସ୍ତତଃ କଲା। ବୁଢ଼ା କହିଲା, ‘ମା’, ମୋତେ ନାଜ କରୁଛୁ ? ମୁଁ ପରା ତୋ ପୁଅ। ପୁଅକୁ ମା’ ନାଜ କରେ ନା ?”

ଦାସୀ ଏହି ସମୟରେ ଠୋ ଠୋ କରି ହସି ଦେଇ କହିଲା, ‘ବୋହୂ ସାଆନ୍ତାଣୀଏ ଆଛା ବୁଢ଼ା ପୁଅଟିଏ ପାଇଲ ଏକା, କପାଳ ତ !’ ବୋହୂଟି ପୁଣି ହସି ଦେଇ କହିଲା, ‘ଦୂର୍‌।’

ବୋହୂଟି ହାତ ବଢ଼ାଇଦେଲା। କେଡ଼େ ଟିକିଏ ଟିକି ହାତଟି। କେଡ଼େ ସୁନ୍ଦର ଗୋଲ। ଆଙ୍ଗୁଳିଗୁଡ଼ିକ ଚମ୍ପାକଢ଼ି ପରି। ପାପୁଲିଟି ଟୁଳ୍‌ ଟୁଳ୍‌ ହେଉଛି। ଶଙ୍ଖାଗୁଡ଼ିକ କି ସୁନ୍ଦର ଦିଶୁଛି। ଏ କ’ଣ ମଣିଷର ହାତ ? ନା, କେହି କାରିଗର ଠାକୁର ଗଢ଼ିଛି ? ସେ ହାତକୁ ବୁଢ଼ା ତା’ର ମଳିଆ, ରୁକ୍ଷ ହାତରେ ଧରିବାକୁ ସାହସ କଲା ନାହିଁ। ତା’ପରେ ବାଁ ହାତରେ ଥିରକରି ହାତଟି ଧରି ପରେ ଶଙ୍ଖା କିଛି କାଢ଼ିଲା। ଏ ହାତ, ଶଙ୍ଖାରେ କାଳେ କଟିଯିବ, ରକତ ବାହାରି ପଡ଼ିବ ଯେ ! ପୁଣି ଟିକିଏ ରହିଲା। ପୁଣି ଶଙ୍ଖାପଟିଏ ଆଣି ଧୀରେ ଧୀରେ ଅତି ସନ୍ତର୍ପଣରେ, ଅତି ସାବଧାନତାର ସହିତ ସେ ପଟକ କଛି ନେଲା। ସେ ହାତଟି ଧରିଥିବା ବେଳେ ବୁଢ଼ାର ଆନନ୍ଦର ସୀମା ରହୁ ନଥାଏ। ଯେପରି ତା’ର ଜୀବନର ସମସ୍ତ ସୁଖ, ସମସ୍ତ ଆଶାର ସେହିଠାରେ ତୃପ୍ତି। ସେ ହାତକୁ ପୁଣି ଛାଡ଼ି ଦେବାକୁ ହେଲା। ବୁଢ଼ା ଭାବିଲା, ମୁଁ ପ୍ରତିଦିନ ଏହିପରି ଏ ହାତରେ ଶଙ୍ଖା ପିନ୍ଧାନ୍ତି କି !

ଏହି ସମୟରେ ସେ ଘରର ସାଆନ୍ତାଣୀ ସେଠାରେ ଆସି ପହଞ୍ଚିଲେ। ଶାଶୁଙ୍କୁ ଦେଖି ବୋହୂଟି ଓଢ଼ଣା ଟାଣିଦେଇ ପଳାଇଲା। ଶାଶୁ ଦାସୀକୁ ପଚାରିଲେ, ‘‘କି’ ଲୋ, ଶଙ୍ଖା କିଣୁଥିଲୁ କି ?” ଦାସୀ କହିଲା, ‘ହଁ, ବୋହୁ ସାଆନ୍ତାଣୀ ଏହି ମୁଠାକ ନେବେ ବୋଲି କହୁଛନ୍ତି।’

ଶାଶୁ କହିଲେ, ‘ଦାମ୍‌ କେତେ ?’
ବୁଢ଼ା-ଶଙ୍ଖାମୁଠାକ, କି ଦାମ୍‌ ?
ଶାଶୁ-ଫେର୍‌, କେତେ ଦେବି ?
ବୁଢ଼ା-ମା’ଠଉଁ ମୁଁ କ’ଣ ଦାମ୍‌ ନେବି ?

ଦାସୀ ହସି ହସି କହିଲା, ‘ସେଇ ପିଲାଟି ବୋହୂ ସାଆନ୍ତିଣୀଙ୍କ ପୁଅ ହୋଇଛି ।’ ଶାଶୁ ବି ହସିଲେ। ଆଛା, ଏଥର ଦାମ୍‌ ନେଇଥାଅ, ଆଉ ଥରକୁ ପଛେ ଖାଲି ଦେଇଯିବ। ତମେ ଗରିବ ଲୋକ।
ବୁଢ଼ା- ନା’, ନା, ମୋ ମା’କୁ ମୁଁ ତ ଦେଇଛି; ମୁଁ ଆଉ ଦାମ୍‌ ନେବିନାହିଁ। ଶଙ୍ଖାମୁଠାକ ଲାଗି ମୁଁ ଗରିବ ହୋଇଯିବି ନାହିଁ।’

ଏହା କହି ଶଙ୍ଖାରି ଶଙ୍ଖାମୁଠାକ ରଖି ଦେଇ ବୋଝଟି ଧରି ଏକାବେଳକେ ଚାଲିଗଲା ! ଆଉ ଡାକିଲେ ଶୁଣିଲା ନାହିଁ। ଦାସୀ ପଛରେ ଗୋଡ଼େଇ ଗୋଡ଼େଇ ଗଲା; କିନ୍ତୁ ସେ ଆଉ ଫେରି ଚାହିଁଲା ନାହିଁ।

ସେହି ଦିନଠଉଁ ସେ ବୁଢ଼ା ଶଙ୍ଖାରି ଦୁଇଦିନେ ତିନିଦିନେ ସେ ଗାଁକୁ ଆସେ। ଶଙ୍ଖାଟା କ’ଣ ଗୋଟାଏ ନିତିଦିନିଆ ଦରବ ଯେ ଲୋକେ ରୋଜ କିଣିବେ ! ଅକାଳେ ସକାଳେ, ପୂନେଇ ପରବରେ ସିନା କିଏ ନୂଆ ଶଙ୍ଖା ଖୋଜେ। ବୁଢ଼ାଟା ଖାଲି ଘର ଘର ବୁଲି ଫେରିଯାଏ; କିନ୍ତୁ ଶଙ୍ଖା ବିକ୍ରୀ ତ ବୁଢ଼ାର ଉଦ୍ଦେଶ୍ୟ ନୁହେଁ। ସିଏ ଆସେ ତା’ର ସେହି ନିଜ ମା’ଟି କୁ ଦେଖିବା ପାଇଁ। ଯେଉଁ ଦିନ ଆସେ, କାହାରିକୁ ନ କହି ଦୁଆରଯାକେ ଚାଲିଆସେ। ବୋଝ ରଖିବାକୁ ହୁଏ ନାହିଁ। ଖାଲି ପାଟିକରି ଡାକିଦିଏ, ‘‘ନୂଆ ଶଙ୍ଖା ନବ ?” ତା’ପାଟି ଶୁଣିଲାକ୍ଷଣି ବୋହୂଟି କୁଆଡ଼େ ଥାଏ, ଆସି ଦୁଆର ପାଖରେ ଟିକିଏ ଛିଡ଼ା ହୁଏ। ବୁଢ଼ାଟି ଟିକିଏ ଅନାଏ, ଚାହିଁଦେଲାକ୍ଷଣି ବୁଢ଼ାର ମନ ପୂରିଉଠେ। ପଚାରେ, ‘‘ମା’ ଆଉ ଶଙ୍ଖା ନବୁ ?” ବୁଢ଼ାର ଇଛା କାଳେ ନବାକୁ କହିବ, ତାହେଲେ ତା’ ମା’ର ଚମ୍ଫାଫୁଲିଆ ସୁନ୍ଦର ହାତଟିରେ ସେ ଶଙ୍ଖା କିଛି ଦେବ। କିନ୍ତୁ ବୋହୂଟି ମୁଣ୍ଡ ହଲାଇ ଦିଏ। ବୁଢ଼ା ଫେରି ଚାଲିଯାଏ।

ଦିନେ ଦିନେ ଯଦି ବୋହୂଟିର ଆସିବାକୁ ଡେରିହୁଏ, ସେ ଦାସୀଟି ହୁରି କରିଦିଏ, “ବୋହୂ ସାଆନ୍ତାଣୀଏ, ତମ ପୁଅ ଅଇଲାଣି ।’’ ବୁଢ଼ା ଦୁଇଥର ‘ନୂଆ ଶଙ୍ଖା ନେବ’ ବୋଲି ଡାକିଲାରୁ ତା’ ମା’ଟି ଆସି ଛିଡ଼ା ହୁଏ । ବୁଢ଼ା ଯେଉଁ ଦିନ ଆସେ, ପ୍ରାୟ ଏହି କଥା ଏହି ଅଭିନୟ ନିତିନିତି । ବୁଢ଼ା ଫେରିଲାବେଳକୁ ଭାବେ, ମା’ର ଆସ୍‌ମାନ୍‌ତାରା ଶଙ୍ଖା ଉପରକୁ ମନ, କେବେ ସେଥିରୁ ମୁଠାଏ ଆଣିଦେବି । ଶେଷରେ ଠିକ୍‌ କଲା ଆସନ୍ତା ରଜସଙ୍କ୍ରାନ୍ତି ବେଳକୁ ଯୁଆଡ଼ୁ ହେଲେ ମା’ ଲାଗି ଆସ୍‌ମାନ୍‌ତାରା ମୁଠାଏ ଆଣିବି, ମା’ ନୂଆ ଶଙ୍ଖା ନାଇବ। ମୋତେ ହାତ ଦେଖାଇବ। ମୁଁ ଶଙ୍ଖା କିଛି ଦେବି। ଏହା ଭାବିଲାକ୍ଷଣି ବୁଢ଼ାର ମନ ଭାରି ଉତ୍‌ଫୁଲ୍ଲ ହୋଇଯାଏ। ବୁଢ଼ା ରଜସଙ୍କ୍ରାନ୍ତିକୁ ଚାହିଁ ରହିଥାଏ। ରଜସଙ୍କ୍ରାନ୍ତିଟି ଏଥର ତା’ର ଭାରି ଆନନ୍ଦର ଦିନ, ତା’ ମା’ ଲାଗି ସେ ଆସ୍‌ମାନ୍‌ତାରା ଶଙ୍ଖା ଆଣିବ, ମା’ କେଡ଼େ ଖୁସି ହେବ।

ବୈଶାଖ ମାସ ହେଲା । ବୁଢ଼ା ଲୋକ, ଏଥିରେ ଖରାରେ ରୋଜ ବାଟଚଲା, ପାଣି ପିଆ, ଦେହରେ ସହିଲା ନାହିଁ । ବୁଢ଼ାକୁ ଜ୍ବର ହେଲା । ଦେଖୁଁ ଦେଖୁଁ ଭାରି ଜ୍ବର । ଗୋଡ଼ ହାତ ଫୁଲିଗଲା । ସମସ୍ତେ କହିଲେ, ଆଉ ବଞ୍ଚିବ ନାହିଁ। ବୁଢ଼ାର କିନ୍ତୁ ସେ ଦିଗକୁ ଭାବନା ନାହିଁ। ସେ ସବୁବେଳେ ଭାବି ହେଉଥାଏ ଯେ କେଉଁ ଦିନୁ ସେ ମା’କୁ ଦେଖିବାକୁ ଯାଇନାହିଁ। ସେଥିପାଇଁ ମନଟା ଆଉଟି ପାଉଟି ହେଉଥାଏ ।

ଦେଖୁ ଦେଖୁ ରଜସଙ୍କ୍ରାନ୍ତି ଆସି ପାଖ ହୋଇଗଲା । ବୁଢ଼ା ଦୁଇମାସ ହେଲା ମା’କୁ ଦେଖିବାକୁ ଯାଇନାହିଁ । ଚାଲି ପାରୁଥିଲେ ଯିମିତି ହେଲେ ଦେଖି ଆସୁଥାଆନ୍ତି । କିନ୍ତୁ ରଜକୁ ତ ଆସ୍‌ମାନ୍‌ତାରା ଶଙ୍ଖା ମୁଠାଏ ନିଶ୍ଚୟ ଦେବାକୁ ହେବ । ବୁଢ଼ା ଅନେକ କଷ୍ଟରେ ଉଠି ବସି ନିଜ ହାତରେ ଶଙ୍ଖା ତିଆରି କଲା । ଆଉକେହି କରିଦେଲେ କାଳେ ମା’ ମନକୁ ନଆସିବ । ଷାଠିଏ ବର୍ଷ କାଳ ଶଙ୍ଖା ଗଢ଼ି ଗଢ଼ି ସେ ଯେତେ ହାତ ସଫେଇ ହାସଲ କରିଥିଲା, ସବୁ ସେଥିରେ ଲଗାଇଲା। ଦିନର କାମ ଚାରିଦିନ ଲାଗୁ ପଛକେ, କାମଟି କିମିତି ସରସ ହେଉ। ରଜ ଦୁଇଦିନ ଥାଇ କାମ ନିକାଶ ହେଲା। ମନ ଘେନି ଫଳ। ଏପରି ଗଢ଼ଣରେ ଶଙ୍ଖା ତା’ ଜୀବନରେ ତା’ ହାତରେ କେବେ ଉତୁରି ନାହିଁ। ଶଙ୍ଖା ଦେଖି ବୁଢ଼ାର ମନ ଭାରି ଖୁସି। ତା’ ମା’ ହାତକୁ ଏ ଶଙ୍ଖାମୁଠିକ ଖୁବ୍‌ ମାନିବ।

ରଜ ଆଗଦିନ ପହିଲି ରଜ। ଆଜି ଝିଅବୋହୂ ନୂଆ ଶାଢ଼ୀ ପିନ୍ଧନ୍ତି। ରାତିସାରା ବୁଢ଼ାର ନିଦ ନାହିଁ। ସକାଳୁ ଉଠି ବୁଢ଼ା ଭାବିଲା, ମୁଁ ତ ଚାଲିପାରୁନାହିଁ, କ’ଣ କରିବି ? ଆଉ କିଏ ନେଇଗଲେ ତ ହେବନାହିଁ । ମା’କୁ ଢେର ଦିନୁ ଦେଖିନାହିଁ, ସତେ କ’ଣ ଏଥିରୁ ବଞ୍ଚିବି ଯେ, – ଥରେ ଦେଖିଆସେ । ଆଉ ମା’ର ସେହି ହାତରେ ଶଙ୍ଖା କଛି ଦେବି । ମା’ର ହାତଟି ମନେ ପଡ଼ିଗଲାକ୍ଷଣି ବୁଢ଼ାର ଗଦାଏ ବଳ ଆସିଲା । ବୁଢ଼ା ସଅଳ ସଅଳ ମୁଠାଏ ଖାଇ ଦେଇ, ଶଙ୍ଖାମୁଠିକ ଗାମୁଛାରେ ବାନ୍ଧି ବାହାରିଲା । ଅତି କଷ୍ଟରେ ଭଡ଼ାଏ ଭଡ଼ାଏ ପାଦ ପକାଇ ଚାଲିଥାଏ । ପାଞ୍ଚକୋଷ ବାଟ ପହୁଞ୍ଚିଲାବେଳକୁ ବେଳ ଗଡ଼ି ଗଲାଣି ।

ବୁଢ଼ା ଯାଇ ଯେଉଁଠାରେ ଛିଡ଼ା ହୋଇ ଡାକୁଥିଲା, ସେହିଠାରେ ଛିଡ଼ା ହେଲା । ମନରେ କେତେ ଆନନ୍ଦ, କେତେ ଉତ୍ସାହ । ଡାକିଲା, ‘ଶଙ୍ଖା ନେବ’ ? କେହି ଶୁଣିଲେ ନାହିଁ । ପୁଣି ଡାକିଲା, ‘ମା’ ଲୋ ! ଶଙ୍ଖା ନବୁ ପରା ? ତେବେ ବି କେହି ଆସିଲେ ନାହିଁ । ବୁଢ଼ା ଅଧୀର ହୋଇପଡ଼ିଲା । ଦୁଇଥର ଡାକି ସାରିଲାଣି, କେହି ଜବାବ ପଦେ ଦେଉନାହିଁ । ଥରେ ଡାକିଲେ ତ ମା’ ତାର ଆସି ଦୁଆରବନ୍ଧ ପାଖରେ ଛିଡ଼ା ହୋଇଯାଉଥିଲା । ପୁଣି ଡାକିଲା, ‘‘ମା’ ମୁଁ ଆସିଛି । ଶଙ୍ଖା ଆଣିଛି ତୋ ପାଇଁ । ଏଇଥର ସାଆନ୍ତାଣୀ ନିଜେ ବାହାରି ଆସିଲେ, ତାଙ୍କ ପଛେ ପଛେ ସେହି ଦାସୀ । ସାଆନ୍ତାଣୀଙ୍କୁ ଦେଖି ବୁଢ଼ା କହିଲା, ମୋ ମା’ କାହିଁ ? ମୁଁ ତା’ ପାଇଁ ଆସ୍‌ମାନ୍‌ତାରା ଶଙ୍ଖା ଆଣିଛି ରଜରେ ପିନ୍ଧିବ ।” ଦାସୀ ତ ଏତେବେଳକୁ ହୁରି କମ୍ପାଇ ଦିଅନ୍ତାଣି, ସେ କିଛି କହିଲା ନାହିଁ । ସାଆନ୍ତାଣୀ ଧୀରେ ଧୀରେ କହିଲେ, “ନା, ଶଙ୍ଖା ଲୋଡ଼ାନାହିଁ ।” ବୁଢ଼ା କହିଲା, “ନା, ନା, ମୁଁ ମୋ ମା’ ଲାଗି ବଡ଼ ଶରଧାରେ ଆଣିଛି ।”

ସାଆନ୍ତାଣୀ- ଯା, ଶଙ୍ଖା କେହି ନେବେ ନାହିଁ ।
ବୁଢ଼ା- ହଉ, ଶଙ୍ଖା ନନେଲେ ନାହିଁ, ମୋ ମା’କୁ ଥରେ ଡାକିଦିଅ, ମୁଁ ଦେଖିବି । କେଉଁ ଦିନରୁ ଦେଖିନାହିଁ ।
ଗଳ୍ପ ସଂଗ୍ରହ - ଡମ୍ବରୁଧର ମହାନ୍ତ ।
ସୌଜନ୍ୟ - ଜୟ ଶ୍ରୀ କୃଷ୍ଣ ଏବଂ ଶୁଭ ସକାଳ ଗ୍ରୁପ୍ ।


ସାଆନ୍ତାଣୀ – ଦେଖା ହୋଇପାରିବ ନାହିଁ ।
ବୁଢ଼ା ମୁଣ୍ଡରେ ବଜ୍ର ପଡ଼ିଲା- ‘ଦେଖା ହୋଇ ପାରିବ ନାହିଁ । ମୋ ମା’କୁ ମୁଁ ଥରେ ଦେଖି ପାରିବି ନାହିଁ ? ବୁଢ଼ାର ଆଖି ଛଳଛଳ ହୋଇ ଉଠିଲା ।’ ସେ କାନ୍ଦ କାନ୍ଦ ହୋଇ କହିଲା, ‘ଥରଟିଏ ଦେଖିବି, ମୁଁ ଆଉ ବଞ୍ଚିବି ନାହିଁ ।’

ସାଆନ୍ତାଣୀ ଦାସୀକୁ କହିଲେ, ‘ଯା, ବୋହୂକୁ ଡାକି ଦେ ।’ ଦାସୀ ଚାଲିଗଲା । କିଛିକ୍ଷଣ ପରେ ବୋହୁ ଆସି ଦୁଆର ପାଖେ ଛିଡ଼ା ହେଲା । ସେଇଠି ସେ ସବୁଦିନେ ଛିଡ଼ା ହୁଏ । ଆସିଲା ବେଳକୁ ଝୁମୁରୁଝୁମୁରୁ ହୋଇ ଚାଲିଆସେ । ଛିଡ଼ା ହୋଇ ବୁଢ଼ାକୁ ଚାହିଁଦିଏ । ତା’ର ହସହସ ମୁହଁଟି ଦେଖି ବୁଢ଼ାର ଆନନ୍ଦର ସୀମା ରହେନାହିଁ । ଆଜି ନିଃଶବ୍ଦରେ ଆସି ଛିଡ଼ା ହେଲା । ସେ ଚାରିଅଙ୍ଗୁଳି ଲେଖାଏଁ ନାଲି ଶାଢ଼ି ନାହିଁ କି କୁମ୍ଭ କିନାରୀ ଦକ୍ଷିଣୀ ପାଟ ନାହିଁ । ଗୋଡ଼ ଦୁଇଟା ଲଙ୍ଗଳା, ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା । ବୁଢ଼ାର ଦେହ ଥରି ଉଠିଲା, ମୁଣ୍ଡ ଘୁରିଗଲା । ବୁଢ଼ା ଆଖି ବୁଜି ପକାଇଲା । ପୁଣି ଚାହିଁ ଦେଲାବେଳକୁ ତା’ର ସେହି ହାତଟି ଦିଶିଲା, ହାତରେ କିଛି ନାହିଁ  । ବୁଢ଼ା ଭୋ ଭୋ କରି ରଡ଼ିକରି ଉଠିଲା । ବୋହୂଟି ଫେରି ପଡ଼ି ଚାଲିଗଲା । ବୁଢ଼ା କହିଲା, ମା’ ମା’ । ବୁଢ଼ା ଆଉ କହିପାରିଲା ନାହିଁ । ଗାମୁଛାରୁ ତା’ର ବଡ଼ ଯତ୍ନର ବଡ଼ ଶରଧାର ଶଙ୍ଖା ମୁଠିକ ଫିଟାଇ ପକାଇ ବାହାରେ କଚାଡ଼ି ଦେଲା । ଶଙ୍ଖାମୁଠାକ ଯାକ ଚୁନା ହୋଇଗଲା । ତହୁଁ ସେ ଏକାମୁହାଁ ହୋଇ ଫେରିଚାଲିଗଲା  । ଦାସୀ ଓ ଶାଶୁ ରଡ଼ି କରି ଉଠିଲେ ।


              _*👉" ଡାକ ମୁନ୍‌ସି "👈*_


*ରଚନା : ଫକୀର ମୋହନ ସେନାପତି ।।*

 *❀꧁❀꧂❀꧁❀꧂❀꧁❀꧂❀*
_________________________________________
*☘☘🌼🌼🙏🏻✒🙏🏻🌼🌼☘☘

ହରି ସିଂହ ସରକାରୀ କର୍ମରେ ବାହାଲ ହେବା ଦିନଠାରୁ ମଫସଲର ସାନ ବଡ଼ ଅନେକ ପୋଷ୍ଟ ଅଫିସ୍‌କୁ ବଦଳି ହୋଇ କର୍ମ ଇଞ୍ଜାମ କରି ଆସିଲେଣି। ଆଜକୁ ଦଶ ବରଷ ହେଲା କଟକ ସଦର ପୋଷ୍ଟଅଫିସ୍‌ରେ ବରାବର ରହି କର୍ମ କରୁଛନ୍ତି। ଭଲରୂପେ କର୍ମ କରିବାରୁ ପ୍ରମୋଶନ ପାଇଲେଣି। ବର୍ତ୍ତମାନ ହେଡ଼ ପିଅନ, ଦରମା ମାସକୁ ନଅ ଟଙ୍କା। କଟକ ସହରରେ ସବୁ ଜିନିଷ କିଣା। ନିଆଁ ଟିକକ ପାଇଁ ଦିଆସିଲ୍‌ ଲାଇଟା ମଧ୍ୟ ନ କିଣିଲେ ନୁହେଁ। ଅତି କଷ୍ଟରେ ଚଳି ସୁଦ୍ଧା ମାସକୁ ପାଞ୍ଚ ଟଙ୍କାରୁ ଊଣା ଖରଚ ପଡ଼େ ନାହିଁ। କୌଣସି ରୂପେ ଘରକୁ ଚାରିଟଙ୍କା ନ ପଠାଇଲେ ନୁହେଁ। ଘରେ ସ୍ତ୍ରୀ ଆଉ ଆଠ ବରଷର ପୁଅ ଗୋପାଳ। ମଫସଲ ଜାଗା, ଚାରି ଟଙ୍କାରେ କୌଣସି ରୂପେ ଟାଣଟୁଣ ହୋଇ ଚଳିଯାଏ। ସେଥିରୁ ପଇସାଏ ଊଣା ହେଲେ ଅଚଳ। ଗୋପାଳ ଅପର ପ୍ରାଇମେରୀ ସ୍କୁଲରେ ପଢ଼େ। ସ୍କୁଲରେ ଦରମା ମାସକୁ ଦୁଇଅଣା। ସ୍କୁଲ ଦରମା ଛଡ଼ା ଆଜି ବହି ଖଣ୍ଡେ, କାଲି ସ୍ଲେଟ୍‌ କାଗଜ ଏ ସବୁ ଜିନିଷ କିଣିବାକୁ କେବେ କେବେ କିଛି କିଛି ବେଶି ଖରଚ ପଡ଼େ। ଏପରି ଉପୁରି ଖରଚ ପଡ଼ିଗଲେ ସେ ମାସରେ ଭାରି କଷ୍ଟ। ଦିନେ ଦିନେ ବୁଢ଼ାକୁ ଉପାସ ରହିଯିବାକୁ ହୁଏ। ଉପାସ ହେଉ ପଛେ, ମୋ ଗୋପାଳଟି ପଢ଼ୁ।



ଦିନେ ପୋଷ୍ଟମାଷ୍ଟର ସର୍ଭିସ୍‌ ବୁକ୍‌ ଦେଖି କହିଲେ, “ହରି ସିଂହ, ତୁମ୍ଭର ପଞ୍ଚାବନ ବର୍ଷ ବୟସ ହୋଇଗଲା, ପେନ୍‌ସନ୍‌ ନେବାକୁ ହେବ, ଆଉ ଚାକିରି କରି ପାରିବି ନାହିଁ।” ସିଂହଙ୍କ ମୁଣ୍ଡରେ ତ ବଜ୍ର ଭାଙ୍ଗି ପଡ଼ିଲା। କଣ କରିବେ, ସଂସାର ଚଳିବ କିପରି ? ସଂସାର ଯାହାହେଉ, ଗୋପାଳର ଯେ ପଢ଼ା ବନ୍ଦ। ଗୋପାଳ ଜନ୍ମଦିନଠାରୁ ସିଂହେ ମନ ମଧ୍ୟରେ ଭାରି ଗୋଟାଏ ଉଚ୍ଚ ଆଶା ପୋଷିଛନ୍ତି–ଗୋପାଳ ମଫସଲ ପୋଷ୍ଟଅଫିସ୍‌ରେ ସବ୍‌ପୋଷ୍ଟମାଷ୍ଟର ହେବ–ଅତି ନିକୁଛରେ ଭିଲେଜ୍‌ ପୋଷ୍ଟମାଷ୍ଟର ହେବ। ମାତ୍ର ଟିକିଏ ଇଂରାଜୀ ନ ଜାଣିଲେ ତେଡ଼େବଡ଼ ଚାକିରିଟା ମିଳିବା ମୁସ୍କିଲ। ମଫସଲରେ ସୁବିଧା ନାହିଁ, କଟକ ଆଣି ଇଂରାଜୀ ପଢ଼ାଇବାକୁ ହେବ। ଚାକିରି ଗଲେ ତେଡ଼େବଡ଼ ଆଶାରୁ ଏକାବେଳକେ ନିରାଶ। ସବୁବେଳେ ସେହି କଥା ଭାବି ଭାବି ଦେହଟା କଳାକାଠ ପଡ଼ିଗଲାଣି। ଦିନେଦିନେ ରାତିରେ ନିଦ ହୁଏ ନାହିଁ, ଭାବି ଭାବି ରାତି ପାହିଯାଏ।



ସିଂହଙ୍କ ଉପରେ ପୋଷ୍ଟମାଷ୍ଟର ବାବୁଙ୍କର ଭାରି ମେହେରବାନି। ବସାରେ ମୁକରରି ଚାକର ଥିଲେ ମଧ୍ୟ ସରକାରୀ କାମ ସାରି ସଞ୍ଜବେଳେ ସିଂହେ ବାବୁଙ୍କ ବସାରେ ଦୁଇ ଚାରିଟା କାମଦାମ କରିଦେଇ ଆସନ୍ତି। ସଞ୍ଜବେଳେ ଗୋଟାଏ ଆରାମ୍‌ ଚୌକିରେ ପଡ଼ି ବାବୁ ଇଂରାଜୀ ଖବରକାଗଜ ପଢ଼ିବାବେଳେ ସିଂହେ ଯେଉଁ ମିଠା କଡ଼ା ଗୁଡ଼ାଖୁ ଚିଲମେ ସାଜି ଦିଅନ୍ତି, ସେପରି କେହି ଜାଣେ ନାହିଁ। ଦିନେ ସଞ୍ଜବେଳେ ସିଂହେ ଭଲ କରି ଗୁଡ଼ାଖ ଚିଲମେ ସାଜି ଆଣି ଭଲ କରି ଚିଲମଟା ଫୁଙ୍କିଦେଲେ। ବାବୁଙ୍କ ମୁହଁରୁ ଇଞ୍ଜିନ ପାଇପ୍‌ରୁ ବାହାରିଲା ପରି ଧୁଆଁଗୁଡ଼ାକ ଭକ୍‌ ଭକ୍ କରି ବାହାରୁଛି, ଟିକିଏ ଟିକିଏ ଆଖି ବୁଜି ଆସିଲାଣି। ସିଂହେ ବୁଝି ନେଲେ ଏହିଟା ଠିକ୍‌ ସମୟ। ସିଂହେ ବାବୁଙ୍କ ଗୋଡ଼ତଳେ ଦଣ୍ଡବତ ହୋଇ ହାତ ଯୋଡ଼ି ଖୁବ୍‌ ଭକ୍ତିରେ, ଖୁବ୍‌ ବିନୟରେ, ଖୁବ୍‌ ଧୀରେ, ଖୁବ୍‌ ମିଠା କଥାରେ ଆପଣାର ଦୁଃଖ ହାଲ ଚୁମ୍ବକ ଚୁମ୍ବକ ସମସ୍ତ କଥା ଜଣାଇଲେ। ଗୋପାଳ ସମ୍ବନ୍ଧରେ ତାଙ୍କର ଯେଉଁ ଉଚ୍ଚ ଆଶା, ତାହା ମଧ୍ୟ ଜଣାଇବାକୁ ପାସୋରିଲେ ନାହିଁ।

ବାବୁ ସେହିପରି ନୟନ ମୁଦ୍ରିତାବସ୍ଥା–ଧୀର ଗମ୍ଭୀର ଭାବରେ କହିଲେ, “ଆଚ୍ଛା, ଦରଖାସ୍ତ ଖଣ୍ଡେ ଲେଖି ଆଣ।” ବାବୁଙ୍କର ସାହସ ଥିଲା, କାରଣ ପୋଷ୍ଟାଲ ଇନ୍‌ସ୍ପେକ୍ଟର ବା ସୁପରିଣ୍ଟେଟେଣ୍ଡେଣ୍ଟ୍‌ ବାବୁମାନେ ଆସିଗଲେ ପୋଷ୍ଟମାଷ୍ଟର ବାବୁଙ୍କ ବସାରେ ରହନ୍ତି। ଉପର ହାକିମମାନଙ୍କ ମନସ୍ତୁଷ୍ଟି ପାଇଁ ଖାଦ୍ୟପେୟ ବିଷୟରେ ଯେପରି ଆୟୋଜନ ହେବାର ଉଚିତ୍‌, ସେଥିରୁ ତ୍ରୁଟି ହୁଏ ନାହିଁ। ସେ ରାତ୍ରରେ ପୋଷ୍ଟମାଷ୍ଟର ବାବୁ ‘ହରି ସିଂ, ହରି ସିଂ’ କରି ଦଶଥର ପାଟି କରୁଥିବାର ଶୁଣାଯାଏ। ହରି ସିଂହେ, ପୁରୁଣା ଲୋକ, ଢେର ଢେର ହାକିମହୁକୁମା ଅମଳ କଲେଣି। କାହାର କି ରକମ ମିଜାଜ, କିଏ କାହିଁରେ ଖୁସି, ଜାଣନ୍ତି। ସେ ଦିନ ଅଧରାତିଯାଏ ସିଂହଙ୍କୁ ବାବୁଙ୍କ ବସାରେ ରହିବାକୁ ହୁଏ। କାରଣ ଓଡ଼ିଶାର କଦର୍ଯ୍ୟ ହାଓଆ ହେତୁରୁ କେହି ବାବୁ ହଠାତ୍‌ ପୀଡ଼ିତ ହୋଇ ବାନ୍ତିଫାନ୍ତି କରି ପକାଇଲେ ହରି ସିଂହେ ସୋଡ଼ା କାଗଜିଲେମ୍ବୁ ପ୍ରଭୃତି ହାଜର କରାଇ ବାବୁଙ୍କୁ ସମ୍ଭାଳି ନିଅନ୍ତି। ବାବୁମାନେ ଆରାମରେ ଶୟନ କଲା ଉତ୍ତାରେ ସିଂହେ ଅଧରାତିରେ ବସାକୁ ଯାଇ ଆପଣା ପାଇଁ ରୋଷେଇ କରନ୍ତି। ଏହି ସୂତ୍ରରେ ସିଂହେ ଉପରବାଲା ହାକିମମାନଙ୍କଠାରେ ପରିଚିତ।



ହରି ସିଂହଙ୍କ ଦରଖସ୍ତ ପିଠିରେ ପୋଷ୍ଟମାଷ୍ଟର ବାବୁ ଭଲ ରୂପେ ସୁପାରିସ କରି ସଦରକୁ ପଠାଇ ଦେଲେ, ଅଳ୍ପଦିନ ମଧ୍ୟରେ ଏକଷ୍ଟେନ୍‌ସନ୍‌ ହୁକୁମ ପହଞ୍ଚଲା। ସିଂହେ ତ ମହାଖୁସି, ଏହି ଖୁସି ଖବରଟା ଗାଁକୁ ଲେଖି ପଠାଇଲେ। ବର୍ତ୍ତମାନସର୍ବସ୍ବ ଲୋକ ଉପସ୍ଥିତ ସୁଖ ବା ଦୁଃଖରେ ବିମୋହିତ ହୋଇ ପଡ଼ିଥାନ୍ତି। ଭବିଷ୍ୟତ ବିଧାତା ତାଙ୍କ ପାଇଁ କଣ ବିଧାନ କରୁଛନ୍ତି, ତେଣିକି ଥରେ ହେଲେ ଅନାଇବା ଦରକାର ମଣନ୍ତି ନାହିଁ। ସିଂହଙ୍କର ଏତେ ବଡ଼ ଆନନ୍ଦଟା ପାଣିଫୋଟକା ପରି ଫାଟିଗଲା। ଘରଠାରୁ ଚିଠି ଆସିଲା, ଗୋପାଳ ମାଆର ସନ୍ନିପାତ ରୋଗ, ଜୀବନର ଆଶା ନାହିଁ। ସିଂହେ ପୋଷ୍ଟମାଷ୍ଟର ବାବୁଙ୍କୁ ଚିଠିଖଣ୍ଡକ ଦେଖାଇଲେ। ବାବୁ ବଡ଼ ଦୟାଳୁ ଲୋକ, ତତ୍‌କ୍ଷଣାତ୍‌ ଛୁଟି ଦେଲେ। ସିଂହେ ଏକନିଶ୍ବାସରେ ଘରକୁ ଧାଇଁଲେ, ଘରେ ପହଞ୍ଚି ଯାହା ଦେଖିଲେ, ତାଙ୍କ ଆଖିର ଜ୍ୟୋତି ହଜିଗଲା। ଜଗତଟା ଯେମନ୍ତ ଅନ୍ଧକାରମୟ। ବୁଢ଼ୀର କଥା ଶେଷ ପ୍ରାୟ ହେଲାଣି। ସ୍ବାମୀଙ୍କୁ କ୍ଷୀଣ ଦୃଷ୍ଟିରେ ଭଲ କରି ଅନାଇଲେ, ଦୁଇ ହାତ ଅଳ୍ପ ଉଠାଇ ଦଣ୍ଡବତ କଲେ, ସ୍ବାମୀଙ୍କ ଗୋଡ଼ଧୂଳି ନେବାକୁ ଠାରିଲେ। ସେହି ଧୂଳି ଟିକେ ପାଇଁ କି ଅନାଇ ରହିଥିଲେ ? ସବୁ ଶେଷ ହେଲା ! ସିଂହଙ୍କର ପ୍ରକୃତ ଗୃହ ଭଗ୍ନ ହେଲା। ସେ ଘର ମାଲମତା ଦୁଇ ଖଣ୍ଡ ବିକି ପିଲାଟିକୁ ଧରି କଟକ ପଳାଇ ଆସିଲେ।



ଗୋପାଳ ମାଇନର ପଢ଼େ। ସିଂହଙ୍କର ବର୍ତ୍ତମାନ ଭାରି କଷ୍ଟ, ପେନ୍‌ସନ୍‌ ହୋଇଗଲାଣି, ଭାରି ଅଚଳ। ଘରେ ଲୋଟାକଂସା ଯାହା ଦୁଇଖଣ୍ଡ ଥିଲା, ବିକିବାକି ଖାଉଛନ୍ତି, ଚାକିରିରେ ଥିବାବେଳେ ଅତି କଷ୍ଟରେ ମାସକୁ ଦୁଇ ଚାରି ଅଣା ସଞ୍ଚି ସେଭିଂସ୍‌ ବେଙ୍କ୍‌ରେ କିଛି ରଖିଥିଲେ, ଗୋପାଳ ପଛରେ ମାଇନର ପଢ଼ାରେ ସବୁ ସାରିଲେ। ସିଂହଙ୍କର ପ୍ରବଳ ଆଶା, ଗୋପାଳ ପାସ୍‌ କଲେ ସବୁ କଷ୍ଟ ମେଣ୍ଟିବ। ଗୋପାଳ ମଧ୍ୟ କେତେଥର ଭରସା ଦେଇ କହିଲାଣି, “ବାପା, ଧାର କରଜ କରି ମୋତେ ପଢ଼ାଅ, ଚାକିରି କରି ଶୁଝିବି।”



ହରି ସିଂହଙ୍କର ଆର୍ତ୍ତ ପ୍ରାର୍ଥନା ଦୀନବନ୍ଧୁ ପ୍ରଭୁ ଭଗବାନ୍‌ ଶୁଣିଲେ। ଗୋପାଳ ମାଇନର ପାସ୍‌ କଲା। ସିଂହଙ୍କର ଆନ୍ଦର ସୀମା ନାହିଁ। ସେହି ପୁରୁଣା ପୋଷ୍ଟମାଷ୍ଟର ବାବୁ ଅଛନ୍ତି, ସିଂହେ ତାଙ୍କୁ ଧରି ବହୁତ ନିବେଦନ କଲେ। ଉପର ହାକିମମାନଙ୍କର ମଧ୍ୟ କିଛି ଅନୁଗ୍ରହ ଥିଲା, ଗୋପାଳ ଏକାବେଳକେ ମଫସଲ ମକ୍ରାମପୁର ପୋଷ୍ଟ ଅଫିସରେ ସବ୍‌ ପୋଷ୍ଟମାଷ୍ଟର ନିଯୁକ୍ତ ହେଲେ, ବେତନ ମାସକୁ କୋଡ଼ିଏ ଟଙ୍କା। ବର୍ତ୍ତମାନ ସଦର ପୋଷ୍ଟଅଫିସରେ ଚାରିମାସ କାମ ଶିଖି ମଫସଲ ଯିବେ।



ହରି ସିଂହଙ୍କର ଆନନ୍ଦର ସୀମା ନାହିଁ; ଅନବରତ ପ୍ରଭୁଙ୍କ ଅନାଇ ମୁଣ୍ଡିଆ ମାରି ମାରି ଜଣାଉଛନ୍ତି, “ଧନ୍ୟ ପ୍ରଭୁ ତୁମ୍ଭର କରୁଣା, ଦୁଃଖୀର ଗୁହାରି ଶୁଣିଲ।” ଚାକିରି ଖବର ଆସିବା ଦିନ ରାତିରେ ବୁଢ଼ା ସିଂହେ ନିରୋଳାରେ ବସି ଢେର କାନ୍ଦିଲେ। ହାୟ ! ଆଜି ବୁଢ଼ୀ ଥିଲେ କେଡ଼େ ଆନନ୍ଦଟା ହୁଅନ୍ତେ, ତାଙ୍କ ଗୋପାଳ ହାକିମ ଚାକିରି ପାଇଲା, ଆନନ୍ଦ ଉତ୍ସବରେ ଗଡ଼ି ଯାଉଥାନ୍ତେ। ହାୟ ! ଅଭାଗୀ କପାଳିରେ ଦେଖିବାକୁ ନାହିଁ। ହେଉ ହେଉ, ଗୋପାଳ ତ ହାକିମ ହେଲା। ପ୍ରଭୁ ଗୋପାଳଟିକୁ ରକ୍ଷାକରନ୍ତୁ।



ଗୋପାଳ ପ୍ରଥମ ମାସ ଦରମାଟା ପାଇ ବୁଢ଼ା ହାତରେ ଦେଲେ। ବୁଢ଼ାର ଆନନ୍ଦ କହିଲେ ନ ସରେ, ଗୋଡ଼ ତଳେ ପଡୁନାହିଁ। ପୁଅ ହାକିମ; ଏତେ ଗୁଡ଼ାଏ ଟଙ୍କା ମାସକ ମଧ୍ୟରେ ଆଣିଲା। ଟଙ୍କା ଗୁଡ଼ାକ ଚାରି ପାଞ୍ଚ ଥର ଗଣି ଅଣ୍ଟିରେ ବାନ୍ଧି ଶୋଇଲେ। ଆରଦିନ ସକାଳେ ଲଣ୍ଡଭଣ୍ଡ ହୋଇ ବଜାରକୁ ଧାଇଁଲେ। ଜୁତା, କୁରୁତା, ଲୁଗା ଯାହା ଯାହା ଦରକାର କିଣାଗଲା। ଗୋପାଳ ଯେ ହାକିମ ହେଲାଣି, ସେ କଣ ଯେ ସେ ଲୁଗା ପିନ୍ଧିବ ? ଭେକ ଦେଖି ସିନା ଭିକ। ସେହିପରି ପୋଷାକ ଲୋଡ଼ା।



ଏଣେ ଗୋପାଳବାବୁ ଅଫିସରେ ପାଞ୍ଚଜଣ ବାବୁଙ୍କ ସାଙ୍ଗରେ ବସି ଇଂରାଜୀ ଲେଖନ୍ତି। ବାବୁମାନଙ୍କ ସହିତ ସବୁବେଳେ କାରବାର, ସମସ୍ତେ ଡାକନ୍ତି ‘ଡାକ ମୁନ୍‌ସି ବାବୁ’, ପୁରା ନାମ ଗୋପାଳଚନ୍ଦ୍ର ସିଂହ। ଏଣେ ବସାରେ ଆସି ଦେଖନ୍ତି କଣ, ନା ବୁଢ଼ାଟା ଧୂଳିଆ ଲୁଗା ଖଣ୍ଡେ ପିନ୍ଧି କାମରେ ଲାଗିଛି, ଗୋପାଳ କିମିତି ଭଲ କରି ଦିଟା ଖାଇବ– ଗୋପାଳ ଗାଧେଇ ଗଲା, ଓଦା ଲୁଗା ଶୁଖି ନାହିଁ–ପିଲାଟା କାମ କରି କରି ଧନ୍ଦି ଗଲାଣି, ଏହି ସମସ୍ତ ଦିନ ରାତି ଚିନ୍ତା। ଆଗେ ବୁଢ଼ା ସିଂହେ ବେଳେ ବେଳେ ହରିନାମ କରୁଥିଲେ, କିଛି କିଛି ଧର୍ମ କର୍ମ କରୁଥିଲେ, ଏବେ ଗୋପାଳ ବାବୁଙ୍କ ପାଇଁ ସବୁ ଭୁଲିଗଲେଣି। ବୋଧ କରି, ହରି ଏ ସବୁ ଦେଖି ବୁଢ଼ା ଉପରେ ଖପା ହୋଇ ଗଲେଣି– ଧମକାଇ କହିଲେ, ‘ଆରେ ନିର୍ବୋଧ ଏ କଣ ରେ ! ଆଚ୍ଛା ବୁଝିବୁ !’

ଏଣିକି ଗୋପାଳ ବାବୁଙ୍କର ଭାବ କିଛି କିଛି ବଦଳି ଗଲାଣି। ଏବେ ବାପକୁ ଦେଖିଲେ ମିଛଟାରେ ହେଲେ ରଗରଗ ସିଂ ସିଂ ହୁଅନ୍ତି। ଏଟା ମୁର୍ଖ, ଇଂରାଜୀ ଜାଣେ ନାହିଁ–ମୂଲିଆ–ମଳିଆ ଲୁଗା ପିନ୍ଧିଥାଏ, ଏଟାକୁ ବାପ ବୋଲି ଡାକିବି, ଲୋକେ କଣ କହିବେ ! ସେ ଦିନ ଶିକ୍ଷିତା କେତେ ଜଣ ସ୍ତ୍ରୀଲୋକ ସେମିଜ ପିନ୍ଧି ପୋଷାକ ପିନ୍ଧି ଠିଆ ହୋଇଥିଲେ–ବୁଢ଼ାଟା ଦେହରେ କୁରୁତା ନାହିଁ, ସେମାନଙ୍କ ଆଗ ଦେଇ ଚାଲିଗଲା। କି ଲଜ୍ଜା, କି ଲଜ୍ଜା, ଏଟାକୁ ବସାରୁ ନ ତଡ଼ିଲେ ଆଉ ଇଜ୍ଜତ ରହିବ ନାହିଁ।



ଦିନେ ଡାକ ମୁନ୍‌ସି ବାବୁ ବାପକୁ କହିଦେଲେ, “ଦେଖ, ତୁମେ ମୋର କିଛି ଉପକାର କାରି ନାହଁ, ଇଚ୍ଛା ହେଲେ ବସାରେ ରହ, ନୋହିଲେ ଚାଲିଯାଅ। ଆଉ ଦେଖ, ବାବୁମାନେ ଆମ ଦୁଆରକୁ ଆସିଲେ ତୁମେ ଘରୁ ବାହରିବ ନାହିଁ।” ଗୋପାଳ କଥା ଶୁଣି ବୁଢ଼ାର କାନ ମୁଣ୍ଡ ଭାଁ ଭାଁ କଲା, ଚୁପ୍‌ ହୋଇ ବସି ପଡ଼ିଲା। କାହାକୁ କହିବ ? ପୁଅ କଥା; ଅଜାଗା ଘା ଦେଖି ହୁଏ ନାହିଁ, ଦେଖାଇ ହୁଏ ନାହିଁ। ଯାହାକୁ ମନର କଥା କହନ୍ତା, ସେ ଯାଇଛି।ବୁଢ଼ୀ କଥା ମନରେ ପଡ଼ିଲା, ଢେର କାନ୍ଦିଲା, ଚାରିଆଡ଼କୁ ଅନାଇଲା କେହି ଭରସା ନାହିଁ। ବୁଢ଼ା ଦୁଃଖ ବେଳେ ବୁଢ଼ୀ କଥା ମନରେ କରେ, ସୁଖ ବେଳେ ମନରେ କରେ। ମୁହଁ ପୋଛିଲା, ଆଉ କାନ୍ଦିଲା ନାହଁ, ଗୋପାଳର କାଳେ ଅମଙ୍ଗଳ ହେବ।



ଗୋପାଳ ବାବୁ କାଲି ସକାଳେ ମଫସଲର କାମ ଜାଗାକୁ ଯିବେ, ବୁଢ଼ାକୁ ଜଣାଇ ନାହାଁନ୍ତି। ସକାଳୁ ଉଠିଲେ, ଅବଜ୍ଞାଭାବରେ କହିଲେ, “ଏ ବାବା, ମୁଁ ମଫସଲ ବାହାରିଲି। ଏହି ଜିନିଷପତ୍ର ସବୁ ଘେନି ଆସ। କେତେ ବା ଜିନିସ, ବୁଝି ଖବରଦାର, ମୁଲିଆ କରିବ ନାହିଁ, କଲେ ତୁମେ ଜାଣ ମୁଁ ପଇସା ଦେବି ନାହିଁ।” ବାବୁ ପୋଷାକ ପିନ୍ଧି କାଖରେ ଛତା ଯାକି ବାଡ଼ି ଘୂରାଇ ଘୂରାଇ ଚାଲିଗଲେ। ବୁଢ଼ା କଣ କରିବ, ସବୁ ଜିନିସ ରୁଣ୍ଡାଇ ପୁଣ୍ଡାଇ ଗୋଟାଏ ଗଣ୍ଠିରି ବାନ୍ଧି ମୁଣ୍ଡାଇଲା। ଚାଲି ପାରୁ ନାହିଁ, ଦେହରେ ବଳ ନାହିଁ, ଆଖିରୁ ବେଳେ ବେଳେ ପାଣି ବହି ପଡୁଛି, ଦଶ ଜାଗା ବସି ଉଠି ସଞ୍ଜ ସରିକି ମକ୍ରାମପୁରରେ ପହଞ୍ଚିଲା। ଡେରି ହେବାରୁ ବାବୁ ଫଜିତଟାଏ କଲେ, ବୁଢ଼ା ଗୁମ୍‌ ହୋଇ ବସି ଥକା ମେଣ୍ଟାଉଥାଏ।



ବାବୁ ସକାଳେ ସଞ୍ଜ ଅଫିସକୁ ଯାନ୍ତି, ବୁଢ଼ାଟା ମୁହଁ ବୁଜି ବସାରେ କାମ ପାଇଟିରେ ଲାଗିଥାଏ। ବାପ ପୁଅ ଦୁଇଜଣ ଏକ ଜାଗାରେ ବସି ଦୁଇଟା ସୁଖ ଦୁଃଖ କଥା ହେଉଛନ୍ତି, ଏ କଥା କେହି କେବେ ଦେଖିନାହିଁ। ଡାକମୁନସି ହେଲେ ମଫସଲର ଗୋଟାଏ ହାକିମ। କେତେ ଲୋକ ଆସି ଦଣ୍ଡବତ କରି ଯାଉଛନ୍ତି, ମୁର୍ଖ ବୁଢ଼ାଟା କଣ ଜାଣେ ଯେ ତା ସାଙ୍ଗରେ କଥା କହିବେ !



ବୁଢ଼ା ଦେହରେ ମଫସଲର ପାଣି ଚଳିଲା ନାହିଁ, ଜର ହେଲେ ଖୁଁ ଖୁଁ କରି କାଶେ, ସେ କାଶଟା ରାତିକି ବେଶି ହୁଏ। ବାବୁ ଶୋଇବାରେ ହରକତ ହେଲେ। ପିଅନକୁ ହୁକୁମ ଦେଲେ, “ବୁଢ଼ାଟାକୁ କିଆବାଡ଼ରେ ଫୋପାଡ଼ି ଦେଇ ଆସ।” ସେ ପିଅନଟା ମୁର୍ଖ; ଇଂରାଜୀ ପଢ଼ି ନାହିଁ, ତାର ଗୋଟାଏ ଦେଶୀ ହୃଦୟ ଅଛି, ବିଚାର କଲା ‘କଣ ଏ ? ବୁଢ଼ା ରୋଗୀଟିକୁ କିଆ–ବାଡ଼ରେ ଶୁଆଇ ଦେବି?’ ଦିନେ ବୁଢ଼ାର ଭାରି ଜର, ତିନିଦିନ ଖାଇ ନାହିଁ, ଅଧରାତି, ଅନ୍ଧାର, ଥଣ୍ଡା ପାଇ ବୁଢ଼ାର କାଶ ବଳି ପଡ଼ିଲା।
 ବାବୁ ତ ଭାରି ଖପା, ବୁଢ଼ା ଛାତିରେ ଦୁଇଟା ଇଂରାଜୀ ଘୂଷି ମାରିଲେ, ବିଛଣାପତ୍ର ବାହାରକୁ ଫୋପାଡ଼ି ଦେଲେ। ବୁଢ଼ା ଗାଁକୁ ପଳାଇଲା।

ପାଖରେ ଥିବା ଖୁବ୍‌ ଭଲ ଲୋକଙ୍କଠାରୁ ଶୁଣା ଯାଇଛି, ଗୋପାଳ ବାବୁଙ୍କ ମନ ସେହିଦିନଠାରୁ ବଡ଼ ଖୁସି। ଆଉ ଏଣେ ବୁଢ଼ା ଗାଁକୁ ଆସି ତାହାର ଯେଉଁ ଦୁଇ ମାଣ ଜମି ଥିଲା ଭାଗରେ ଲଗାଇଦେଲା, ଘରେ ବସି ଧାନ ପାଏ। ପେନସନ୍‌ ଟଙ୍କାରେ ଲୁଗାପଟା, ଲୁଣ ତେଲ ଖର୍ଚ୍ଚ ଚଳେ। କାଶ ହେଲା ଦିନଠୁଁ ବୁଢ଼ା ଟିକିଏ ଟିକିଏ ଅଫିମ ଧରିଛି। ସବୁ ଖର୍ଚ୍ଚ ଚଳେ, ଘରଠାରେ ପିଣ୍ଡାରେ ବସି ହରିନାମ କରେ। ଉଛୁଣି ବାପ ପୁଅ ଦୁହେଁ ଖୁସି। ପରର ସୁଖ ଦେଖି ପାଠକ ମହାଶୟ ଖୁସି ହୁଅ।